
ବୀରମହାରାଜପୁର : ନୂଆ ଆଧାର କାର୍ଡ ଓ ପୁରୁଣା ଆଧାର କାର୍ଡର ତ୍ରୁଟି ସଂଶୋଧନ ପାଇଁ ବୀରମହାରାଜପୁର ଡାକଘରେ ବୁଧବାର ଲମ୍ବାଧାଡ଼ି ଲାଗିଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସମସ୍ତ କାର୍ଯ୍ୟରେ ଆଧାର କାର୍ଡ ଦରକାର ପଡ଼ୁଥିବାରୁ ଲୋକଙ୍କ ଭିଡ଼ ହୋଇଥିବା ଜଣାଯାଇଛି। ସେହିପରି ଘରୋଇ ସଂସ୍ଥାମାନଙ୍କରେ ଆଧାର କାର୍ଡ କଲେ ତ୍ରୁଟି ରହୁଛି। ମାତ୍ର ଡାକଘରେ କଲେ ତ୍ରୁଟି ରହୁନଥିବାରୁ ଲୋକେ ଡାକଘରକୁ ଅଧିକ ପସନ୍ଦ କରୁଥିବା ଜଣାଯାଇଛି।
The post ଆଧାର କାର୍ଡ ପାଇଁ ଲମ୍ବା ଧାଡ଼ି first appeared on Sambad.from ଜିଲ୍ଲା | Sambad https://ift.tt/38TqXzc
0 Comments