ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ୱିଲକିନ୍ସନ ନଗରରେ ଥିବା ପ୍ରସିଦ୍ଧ ମାଁ ଅଁଳେଇ ମନ୍ଦିରରୁ ଗତକାଲି ରାତିରେ ଏକ ବଡ଼ ଧରଣର ଚୋରି ହୋଇଛି। ଦୁର୍ବୃତ୍ତ ମାନେ ଦେବୀଙ୍କ ୩ଟି ମୁକୁଟ ସହ ସୁନାରୁପା ଗହଣା ଓ ଦାନ ବାକ୍ସରୁ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନାନୁସାରେ, ଆଜି ସକାଳେ ମନ୍ଦିର ପୂଜକ ମନ୍ଦିର ଫାଟକ ଖୋଲିବାକୁ ଯିବା ସମୟରେ ମନ୍ଦିରର ମୁଖ୍ୟ ଦ୍ୱାର ଓ ସଂଲଗ୍ନ କୋଠରୀର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। କୋଠରୀରେ ଦେବୀଙ୍କ ଅଳଙ୍କାର ଆଦି ଥିବା ଆଲମିରାରୁ ୩ଟି ସୁନା ଓ ରୁପା ମୁକୁଟ, ଅଳଙ୍କାର, ଘଂଟ, ବାସନକୁସନ ଆଦି ଲୁଟି ନେଇଛନ୍ତି।

ସେହିଭଳି ମନ୍ଦିର ନିକଟରେ ଥିବା ଏକ ଦୋକାନ ଘରର ତାଲା ଭାଙ୍ଗି ସାମଗ୍ରୀ ନେଇଯାଇଥିବା ବେଳେ ଗାଁର ପମ୍ପ ହାଉସର ଏକ ସାଇକଲକୁ ମଧ୍ୟ ଚୋରାଇ ନେଇଥିବା ଜଣାଯାଇଛି। ଏନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳ ଯାଇ ତଦନ୍ତ କରି ଫେରିଛି। ତେବେ ମନ୍ଦିରରେ ସିସିଟିଭି ନଥିବାରୁ ଦୁର୍ବୃତ୍ତଙ୍କ ସମ୍ପର୍କରେ ଜଣା ପଡ଼ିନାହିଁ, ତେବେ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସଂଜୟ କୁମାର ପଟ୍ଟନାୟକ କହିଛନ୍ତି।

The post ଅଁଳେଇ ଦେବୀ ପୀଠରୁ ଚୋରି first appeared on Sambad.

from ଜିଲ୍ଲା | Sambad https://ift.tt/3CXxllV