ଅଶ୍ଳୀଳ ଭିଡିଓ ଭାଇରାଲ୍‌ ଧମକକୁ ନେଇ ଥାନାରେ ମାମଲା

ଚଣ୍ଡିଖୋଲ : ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ଧମକକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ବଡ଼ଚଣା ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ଅଭିଯୋଗରୁ ପ୍ରକାଶ ଯେ, ବଡ଼ଚଣା ଥାନା ଅନ୍ତର୍ଗତ ନଟିଆ ଗେଟ୍‌ ନିକଟ ଏକ ଗ୍ରାମର ଜଣେ ଯୁବକ ସେହି ଗ୍ରାମର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ କଲେଜକୁ ଆସି ହଇରାଣ କରୁଥିଲା। ଏପରିକି ଛାତ୍ରୀଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା। ଛାତ୍ରୀ ଜଣକ ଭୟରେ ଏସବୁ କଥା ତାଙ୍କ ପରିବାର ଆଗରେ କହି ନଥିଲେ। ତେବେ ବାହାରୁ ଖବର ପାଇବା ପରେ ପରିବାର ଲୋକେ ଝିଅକୁ ପଚରାଉଚରା କରିଥିଲେ। ସମସ୍ତ ବିଷୟ ଜାଣିବା ପରେ ଛାତ୍ରୀଙ୍କ ପରିବାର ଲୋକେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଥାନା କେସ୍‌ ନମ୍ବର ୩୫୫/୨୧ ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

The post ଅଶ୍ଳୀଳ ଭିଡିଓ ଭାଇରାଲ୍‌ ଧମକକୁ ନେଇ ଥାନାରେ ମାମଲା first appeared on Sambad.

from ଜିଲ୍ଲା | Sambad https://ift.tt/3zz64UP

Post a Comment

0 Comments