
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ଝାଡ଼ରାଜିଙ୍ଗ ନିକଟରେ ସୋମବାର ସକାଳେ ପୁଲିସ ଏକ କାର୍ରୁ ଗଂଜେଇ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ବେଳେ ଜଣେ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଏକ କାର୍ (ଓଆର୍୦୨ବିଭି-୬୬୨୦)ର ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରି ପୁରୁଣାକଟକ ପୁଲିସ ଘୋଡ଼ାଡିଆଁରୁ ତା’ର ପିଛା କରିବା ସହ ଚାରିଛକ ଝାଡ଼ରାଜିଙ୍ଗଠାରେ ଧରିଥିଲା। ପୁଲିସ ଦେଖି କାର୍କୁ ରାସ୍ତାକଡ଼ରେ ରଖି ୨ ଜଣ ଫେରାର ମାରୁଥିବା ବେଳେ ପୁଲିସ ଜଣକୁ କାବୁ କରିବା ସହ ଗିରଫ କରିଥିଲା। ଗିରଫ ଯୁବକ ଜଣକ ଜଗତସିଂହପୁର ଅଞ୍ଚଳର ବିରଞ୍ଚି ନାରାୟଣ ମଲ୍ଲିକ ପୁଲିସ ପ୍ରକାଶ କରିଛି। ପରେ କାର୍କୁ ଯାଞ୍ଚ କରିବାରୁ ଗଂଜେଇ ବାହାରିଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରାଯିବାରୁ ୨୧ କେଜି ଗଂଜେଇ ବାହାରିଥିବା ଥାନା ଅଧିକାରୀ ଜ୍ୟୋତ୍ସ୍ନା କାଉଁରୀ ପ୍ରକାଶ କରିଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି।
The post ଗଞ୍ଜେଇ ସହ କାର୍ ଜବତ; ଜଣେ ଗିରଫ, ଜଣେ ଫେରାର୍ first appeared on Sambad.from ଜିଲ୍ଲା | Sambad https://ift.tt/3zs1d7V
0 Comments