
ସୋନପୁର : ସୋନପୁର ଅବକାରୀ ବିଭାଗ ବୁଧବାର ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଜଣେ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀକୁ ଗିରଫ କରିଛି। ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ ସିଜି ୦୪ ଏଚ୍ବି ୬୬୭୯ ନମ୍ବର ଥିବା କାର୍ରେ ମନମୁଣ୍ଡା ପଟରୁ ସୋନପୁର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ମିଳିବା ପରେ ଚଢ଼ଉ କରାଯାଇଥିଲା। ସୋନପୁର- ମନମୁଣ୍ଡା ରାସ୍ତା କୁଞ୍ଜଛକ ନିକଟରେ ଉକ୍ତ କାର୍କୁ ଧରାଯାଇଥିଲା। ଯାଞ୍ଚ ସମୟରେ ଏହି କାର୍ରୁ ୧ କ୍ବିଣ୍ଟାଲ ଗଞ୍ଜେଇ ବାହାରିଥିଲା।
ଏହି ଘଟଣାରେ ଝାଡ଼ଖଣ୍ଡ ରାଜ୍ୟ ଧନବାଦ ଜିଲ୍ଲା କତରାଜଗଡ଼ ଥାନା ମାଲକାରା ଗ୍ରାମର ବିଜୟ କୁମାର(୩୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଏସ୍ଆଇ ସୁଧୀର ମିଶ୍ର, ଏଏସ୍ଆଇ ସବିତା ପଟ୍ଟନାୟକ, ଏଏସ୍ଆଇ କୀର୍ତ୍ତନ ନାଏକ ପ୍ରମୁଖ ସାମିଲ ଥିଲେ।
The post ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3hZubpN
0 Comments