ଗୋଲାମୁଣ୍ତା : ଗୋଲାମୁଣ୍ତା ବ୍ଲକ୍‌ ସିନାପାଲି ପଞ୍ଚାୟତକୁ ମରୁଡ଼ି ଅଞ୍ଚଳ ଘୋଷଣା ଦାବିରେ ଶନିବାର ଚାଷୀମାନଙ୍କ ଦ୍ବାରା ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ଚାଷୀନେତା ନଉକେଶ୍ବର ପୁଟେଲଙ୍କ ଅଧ୍ୟକ୍ଷତାରେ ଶତାଧିକ ଚାଷୀ ଏକଜୁଟ ହୋଇ ମହେନ୍ଦ୍ରପୁରରୁ କେଗାଁ ପର୍ଯ୍ୟନ୍ତ ପଦଯାତ୍ରାରେ ଆସି କେଗାଁ ରାଜସ୍ବ ବିଭାଗ ଅଫିସ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ପଦଯାତ୍ରାକୁ ସମର୍ଥନ କରି କିଷାନ ସଂଘ ସଭାପତି ସାଉଲ ମଙ୍ଗରାଜ ଓ ସାଧାରଣ ସଂପାଦକ ପ୍ରସନ୍ନ ରାଉତ ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତର ଚାଷୀ ଅଜାମ୍ବିଳ ପୁଟେଲ, ଠଣ ସାହୁ, ଅଶୋକ ସାହୁ, ମଦନ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ।

The post ମରୁଡ଼ି ଅଞ୍ଚଳ ଘୋଷଣା ଦାବିରେ ପଦଯାତ୍ରା first appeared on Sambad.

from ଜିଲ୍ଲା | Sambad https://ift.tt/2XFGUan