ମୟୁରଭଞ୍ଜ ଜିଲ୍ଲାର ୧୬ ପୁଲିସ୍‌ ଅଧିକାରୀଙ୍କୁ ମିଳିଲା ଡିଜିପି କମେଣ୍ଡେସନ୍‌ ରୋଲ୍‌ ସମ୍ମାନ, ୬ ମହିଳା ଅଧିକାରୀ ସାମିଲ

ବାରିପଦା : କାର୍ଯ୍ୟକ୍ଷେତ୍ରରେ ସର୍ବାଧିକ ମାମଲାର ତଦନ୍ତ ଏବଂ ସମାଧାନ କରିବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମୟୂରଭଞ୍ଜ ପୁଲିସ୍‌ର ୧୬ ଜଣ ଅଧିକାରୀଙ୍କୁ ମିଳିଛି ଡିଜିପି କମେଣ୍ଡେସନ୍‌ ରୋଲ୍‌ ସମ୍ମାନ। ଏହି ସମ୍ମାନ ପାଇଥିବା ପୁଲିସ୍‌ ଅଧିକାରୀମ‌ାନେ ହେଉଛନ୍ତି ତିରିଂ ଥାନା ଓଆଇସି ପ୍ରଫୁଲ ବାରିକ, ବାରିପଦା ଟାଉନ୍‌ ଥାନା ଏସ୍ଆଇ ରୀତା ବେହେରା, ବାରିପଦା ଟାଉନ୍ ଥାନା ଏସ୍‌ଆଇ ରଞ୍ଜନ କୁମାର ବେହେରା, ବାରିପଦା ଟାଉନ୍‌ ଥାନା ଏସ୍‌ଆଇ ମାନିନୀ ପ୍ରଧାନ, ବେତନଟୀ ଥାନା ଏସ୍‌ଆଇ ଅନନ୍ତ ନାରାୟଣ ନାଏକ, ଝାରପୋଖରିଆ ଥାନା ଏସ୍‌ଆଇ ଯଶ୍ମୀତା ମାଝୀ, ମୋରଡ଼ା ଥାନା ଏସ୍ଆଇ ବଦ୍ରିକାନାଥ ବେହେରା, ଖୁଣ୍ଟା ଥାନା ଏସ୍‌ଆଇ ସୌମ୍ୟ ରଂଜନ ଭୋଳ, କପ୍ତିପଦା ଥାନା ଏସ୍ଆଇ ବିଶ୍ବଭୂଷଣ ସାହାଣୀ, ବୈଶିଙ୍ଗା ଥାନା ଏସ୍‌ଆଇ ଅନୀତା ସ୍ବାଇଁ, ବାଙ୍ଗିରିପୋଷି ଥାନା ଏସ୍‌ଆଇ ଅନ୍ନପୂର୍ଣ୍ଣା ଦାସ, କପ୍ତିପଦା ଥାନା ଏସ୍‌ଆଇ ସୁନାରାମ ମାଝୀ, ଶୁଳିଆପଦା ଥାନା ଏସ୍ଆଇ ମିନି ଭୋଇ, ବାରିପଦା ଟାଉନ୍‌ ଥାନା ଏଏସଆଇ ପ୍ରବୋଧ ଚନ୍ଦ୍ର ପଣ୍ଡା, ଖୁଣ୍ଟା ଥାନା ଏଏସଆଇ ସୁଶାନ୍ତ କୁମାର ମହାକୁଡ଼ ଏବଂ ବୈଶିଙ୍ଗା ଥାନା ଏଏସ୍‌ଆଇ ହରେନ୍ଦ୍ର ନାଥ ନାଗ୍ରୀ। ଆଜି ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଖିଲାରୀ ଋଷିକେଶ ଦ୍ୟାନଦେଓ ଏହି ପୁଲିସ୍‌ ଅଧିକାରୀଙ୍କୁ ସମ୍ମାନିତ କରିଥିଲେ। ଏମାନଙ୍କ ମଧ୍ୟରେ ୬ ମହିଳା ପୁଲିସ୍‌ ଅଧିକାରୀ ରହିଛନ୍ତି। ଏହି ଅବସରରେ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 

The post ମୟୁରଭଞ୍ଜ ଜିଲ୍ଲାର ୧୬ ପୁଲିସ୍‌ ଅଧିକାରୀଙ୍କୁ ମିଳିଲା ଡିଜିପି କମେଣ୍ଡେସନ୍‌ ରୋଲ୍‌ ସମ୍ମାନ, ୬ ମହିଳା ଅଧିକାରୀ ସାମିଲ first appeared on Sambad.

from ଜିଲ୍ଲା | Sambad https://ift.tt/3nalwEt

Post a Comment

0 Comments