ବଲାଙ୍ଗୀର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଚର୍ଚ୍ଚାରେ ଥିବା ବିଦ୍ୟାଭାରତୀ ବଲାଙ୍ଗୀର ଆସିବେ। ଆସନ୍ତା ୨୮ ତାରିଖ ଦିନ ସେ ବଲାଙ୍ଗୀର ଆସିବେ ବୋଲି ଜଣାପଡ଼ିଛି। ବଲାଙ୍ଗୀରରେ ସେ ପ୍ରାୟ ୧୦ ଦିନ ରହିବେ। ଲର୍କିପାଲିସ୍ଥିତ ଏଲ୍‌ଆଇ ଟ୍ରେନିଂ ସେଣ୍ଟରରେ ସେ ପାଠପଢୁଥିବାରୁ ପରୀକ୍ଷା ଦେବାକୁ ଆସିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ବିଦ୍ୟାଭାରତୀଙ୍କ ବଲାଙ୍ଗୀର ଲିଙ୍କ୍ ନେଇ ପୁଲିସ ଖୋଲତାଡ଼ କରିଥିଲା। ପୁଲିସ ଟିମ ବଲାଙ୍ଗୀର ଆସି ବିଦ୍ୟାଭାରତୀ ପଢୁଥିବା ଏଲ୍‌ଆଇ ଟ୍ରେନିଂ ସେଣ୍ଟରର ମୁଖ୍ୟଙ୍କ ସମେତ ୪ କର୍ମଚାରୀଙ୍କୁ ପାଖାପାଖି ଚାରି ଘଣ୍ଟା ଧରି ଜେରା କରିଥିଲା। ବିଦ୍ୟାଭାରତୀ ରହୁଥିବା ରୁମକୁ ବି ସିଲ କରି ଯାଇଥିଲା ପୁଲିସ। ଏଥର ପରୀକ୍ଷା ଦେବାକୁ ଆସିବା ସମୟରେ ବିଦ୍ୟାଭାରତୀ ହଷ୍ଟେଲରେ ରହିବେ ନା ଅନ୍ୟ କେଉଁଠି ତାହା ଜଣାପଡ଼ିନି। ଏପଟେ ବିଦ୍ୟାଭାରତୀ ବଲାଙ୍ଗୀର ଆସିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ବିଭିନ୍ନ ମହଲରେ ଅନେକ ଆଲୋଚନା ସବୁ ଚାଲିଛି।

The post ବଲାଙ୍ଗୀର ଆସିବେ ବିଦ୍ୟାଭାରତୀ! first appeared on Sambad.

from ଜିଲ୍ଲା | Sambad https://ift.tt/3AKalGq