
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ୨୦ ନମ୍ବର ୱାର୍ଡ ବେଲତଳ (ଦକ୍ଷଣିଦିଆ) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଗ୍ରାମର ଅନ୍ୟ ମହିଳାମାନେ ବିଚ୍ ରାସ୍ତାରେ ମାଡ଼ ମାରିବା ସହ ଲଣ୍ଡା କରି ତାଙ୍କ ମୁହଁରେ କାଳୀ ବୋଳିଛନ୍ତି। ପୀଡ଼ିତା ମହିଳା କେତେକ ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କଠାରୁ ଋଣ କରାଇଦେବାକୁ କହି ଟଙ୍କା ଆଦାୟ କରିଥିଲେ। କିନ୍ତୁ ସେହି ଟଙ୍କା ନ ଫେରାଇଇବାରୁ ଅଭିଯୁକ୍ତମାନେ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବେଲତଳ ଗ୍ରାମର ଜଣେ ମହିଳା ସେହି ଗ୍ରାମର ମାଝିସାହିର କେତେକ ସ୍ବୟଂସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ର ମହିଳାମାନଙ୍କୁ ବ୍ୟାଙ୍କରେ ଋଣ କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ।
ଏଥିପାଇଁ ପ୍ରାୟ ୨୦ ଜଣ ମହିଳାଙ୍କଠାରୁ ୧୨ଶହ ଲେଖାଏ ଟଙ୍କା ନେଇଥିଲେ। ମାତ୍ର ଋଣ ନ ହେବାରୁ ଉକ୍ତ ମହିଳାମାନେ ସେମାନଙ୍କ ଟଙ୍କା ଫେରସ୍ତ ମାଗିଥିଲେ। ମହିଳା ଜଣକ ଏହି ଟଙ୍କା ଫେରାଇବାରେ ଅସମର୍ଥ ହୋଇଥିଲେ। ଫଳରେ ଗତ ଶୁକ୍ରବାର ଦିନ ମହିଳାମାନେ ମିଶି ଉକ୍ତ ମହିଳାଙ୍କୁ ଗାଁ ଦାଣ୍ଡରେ ଲଣ୍ଡା କରି ମାଡ଼ ମାରିବା ସହ ମୁହଁରେ ଚୂନକାଳୀ ବୋଳି ଦେଇଥିଲେ। ଅଭିଯୁକ୍ତମାନେ ତାଙ୍କଠାରୁ ମଙ୍ଗଳସୂତ୍ର, କାନଫୁଲ, ଏଟିଏମକାର୍ଡ, ନଗଦ ୨୫ଶହ ଟଙ୍କା ଛଡାଇ ନେବା ସହିତ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହିତ ଏଥିରେ ସଂପୃକ୍ତ ଥିବା ୧୦ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
The post ମହିଳାଙ୍କୁ ଲଣ୍ଡା କରି ଚୂନକାଳି ବୋଳିଲେ first appeared on Sambad.from ଜିଲ୍ଲା | Sambad https://ift.tt/2Zp1T1P
0 Comments