ବଲାଙ୍ଗୀର: ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବୁଧବାର ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ ଓ ସର୍ବଭାରତୀୟ ଶ୍ରମିକ ସଂଗଠନ ଟ୍ରେଡ୍‌ ୟୁନିଅନ୍‌ କୋଅଡ଼ିନେସନ୍ ସେଣ୍ଟର (ଟିୟୁସିସି) ଜିଲ୍ଲା କମିଟି ପକ୍ଷରୁ ଧାରଣା ଦିଆଯାଇଥିଲା। ଏଥିରେ ଫରୱାର୍ଡ଼ ବ୍ଲକ୍‌ର ଜିଲ୍ଲା ସଂପାଦକ ସୁଶୀଳ ଥନାପତି ସଭାପତିତ୍ଵ କରିଥିଲେ। ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ଅବହେଳିତ ବଲାଙ୍ଗୀର ଜିଲ୍ଲାରେ ଶ୍ରମିକ ଶ୍ରେଣୀର ଦୁରବସ୍ଥା ସଂପର୍କରେ କହିଥିଲେ। ବଲାଙ୍ଗୀର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଚାଲିଥିବା ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନେତାଜୀ ସଂଗ୍ରାମୀ ପରିଷଦ ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ନାରୀନେତ୍ରୀ ଭାନୁମତି କାଣ୍ଡି, ମିଥିଳା ମହାନନ୍ଦ, ପଲ୍ଲବୀ କୁଅଁର, ଇନ୍ଦିରା ତାଣ୍ଡି, ଜାନକୀ ନିଆଲ, ଶାନ୍ତି କୁଅଁର, ଉତ୍କଳ ଥନାପତି, ଚରଣ ମାଝୀ, ଅଭିରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

The post ବଲାଙ୍ଗୀର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/3BWEmTx