
ବାରିପଦା/ରାସଗୋବିନ୍ଦପୁର: ଐତିହାସିକ ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପୁନଃକାର୍ଯ୍ୟକ୍ଷମ କରିବା ନେଇ ଚଳିତ ମାସ ୨୨ ରୁ ୨୪ ଯାଏଁ ଭଞ୍ଜସେନା ପକ୍ଷରୁ ପଦଯାତ୍ରା ଆୟୋଜିତ ହେବ। ଏନେଇ ଆଜି ସଂଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଏୟାରଷ୍ଟ୍ରିପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପ୍ରସ୍ତୁତି ବୈଠକରେ ପଦଯାତ୍ରା କିଭଳି ଭାବେ ଶାନ୍ତିଶୃଙ୍ଖଳା ସହିତ ସମାପନ ହୋଇପାରିବ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ କିଭଳି ଚାପ ସୃଷ୍ଟି କରାଯାଇପାରିବ ସେ ବାବଦରେ ବୁଦ୍ଧିଜୀବୀ ମଣ୍ଡଳୀ ଏବଂ ଭଞ୍ଜସେନାର ନେତୃମଣ୍ଡଳୀ ପୁଙ୍ଖାନୁପୁଙ୍ଖ ଭାବେ ବିସ୍ତୃତ ଆଲୋଚନା କରିଥିଲେ। ଏହି ପଦଯାତ୍ରା ଅମର୍ଦ୍ଦା ଏୟାରଷ୍ଟ୍ରିପରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରିପଦା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଆଜିର ଏହି ପ୍ରସ୍ତୁତି ବୈଠକରେ ସମାଜସେବୀ ଆଦିତ୍ୟ ପଟ୍ଟନାୟକ, ବ୍ରଜ ଭାଇ, ଅଶୋକ ମହାନ୍ତିଙ୍କ ଉପସ୍ଥିତିରେ ଭଞ୍ଜସେନା ସଭାପତି ପିଣ୍ଟୁ ମାଇତି, ଓ.ବି.ସି ସେଲ ସଭାପତି ରାକେଶ ବେହେରା, ଆଦିବାସୀ ସେଲ ସଭାପତି ବାଜୁନ ହାଁସଦା, ଯୁବ ସଭାପତି ମାନସ କୁମାର ବେହେରା, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ଯୁବ ଛାତ୍ର ସଂଯୋଜକ ଏସ.କେ.ରାଜାଖାନ, ମୋରୋଡା ବ୍ଲକ ସଭାପତି ପରିତୋଷ ବାରିକ, ରାସଗୋବିନ୍ଦପୁର ବ୍ଲକ ସଭାପତି ପଦ୍ମଲୋଚନ ଦାସ, ରଘୁନାଥ ଦାସ, ପ୍ରଶାନ୍ତ ମୁର୍ମୁ, ଦେବବ୍ରତ ମହାନ୍ତ, ଆଦର୍ଶ ମାଝୀ, ଚିତ୍ତରଞ୍ଜନ ମାର୍ଣ୍ଡୀ, ବାରସା ହେମ୍ବ୍ରମ, ମାନିକ ମାର୍ଣ୍ଡି, ଗଣେଶ ମୁର୍ମୁ, କିସୁନ ମାର୍ଣ୍ଡୀ ଏବଂ ଯୁବ ନେତା ରାକେଶ ମହାନ୍ତି ପଙ୍କଜ କରଣ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।
The post ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପୁନଃକାର୍ଯ୍ୟକ୍ଷମ କରିବା ନେଇ ଭଞ୍ଜସେନା ପକ୍ଷରୁ ପଦଯାତ୍ରା first appeared on Sambad.from ଜିଲ୍ଲା | Sambad https://ift.tt/3hsENNL
0 Comments