ଯାଜପୁର ସହରରୁ ଅଜଗର ଉଦ୍ଧାର

ଯାଜପୁର: ଯାଜପୁର ଟାଉନ ଅଂଚଳରୁ  ଆଜି ରାତିରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସହରର ଦେବୀଗଡା ଘାଟ ନିକଟରୁ ସାପଟିକୁ ଉଦ୍ଧାର କରାଯାଇଛି। ବୈତରଣୀରେ ବନ୍ୟା ଆସିଥିବା ବେଳେ କୈଣସି ପ୍ରକାର ସାପଟି ବନ୍ୟା ଜଳରେ ଆସିଥିବା ଜଣାଯାଇଛି। ତେବେ ସାପଟି ନଦୀରୁ ଉପରକୁ ଉଠି ଆସି ସହର ମୁହାଁ ହୋଇଥିଲା। ସ୍ଥାନୀୟ ଲୋକ  ସାପଟିକୁ ଦେଖି ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ। ସେମାନେ ପହଂଚି ସାପଟିକୁ ନେଇ ଯାଇଛନ୍ତି।

The post ଯାଜପୁର ସହରରୁ ଅଜଗର ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/2Z24zlv

Post a Comment

0 Comments