
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଳା ପାଟଣାଗଡ଼-ଘସିଏନ ମୁଖ୍ୟ ରାସ୍ତାରେ ଥିବା ମାୟାବତୀ ନଦୀ କୂଳରୁ ଏକ ଗଳିତ ଶବ ଉଦ୍ଧାର କରା ଯାଇଥିବା ଜଣାପଡିଛି। ମୃତଦେହଟି ଉକ୍ତ ନଦୀରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ଟାଙ୍କି ପାଖରେ ପଡିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାପଡିଛି।
ମୃତଦେହଟି କାହାର ଏ ପର୍ଯ୍ୟନ୍ତ ଜଣା ପଡି ନ ଥିବା ବେଳେ ଏହାର ଚିହ୍ନଟ ପାଇଁ ଡାକ୍ତରଖାନାରେ ରଖାଯିବ ବୋଲି ଜଣାପଡିଛି। ଗତ ସୋମବାର ଓ ମଙ୍ଗଳବାରରେ ଲଘୁଚାପଜନିତ ବର୍ଷା ହେବାରୁ ଏହି ନଦୀରେ ପ୍ରବଳ ବର୍ଷା ଜଳ ମାଡି ଆସି ସଂପୃକ୍ତ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଗତକାଲି ଠାରୁ ବର୍ଷା ଜଳ କମିବାରେ ଲାଗିଥିବା ବେଳେ ଗୁରୁବାର ନଦୀରେ ବର୍ଷା ଜଳ ପୁରା ଭାବେ କମି ଯାଇଥିବା ଦେଖିବାକୁ ମିଳିଥିଲା। ମ୍ରୁତ ଦେହ କାହାର ଜଣାପଡି ନାହିଁ। ଅନ୍ୟ କେଉଁ ସ୍ଥାନରୁ ବର୍ଷା ପାଣିରେ ଭାସି ଆସିଥିବା ନେଇ ସନ୍ଦେହ କରାଯାଉଛି। ଏ ପର୍ଯ୍ୟନ୍ତ ପାଟଣାଗଡ଼ ଥାନାରେ ନିଖୋଜ ହୋଇଥିବା ଅଭିଯୋଗ ମଧ୍ୟ ହୋଇ ନ ଥିବା ଜଣାପଡିଛି। ଉଦ୍ଧାର ଗଳିତ ଶବ ୧୪ ବର୍ଷର ବାଳିକାର ହୋଇଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ବୋଲି ଥାନାଧିକାରୀ ଅନନ୍ତ ପଧାନ କହିଛନ୍ତି ।
The post ପାଟଣାଗଡ଼ ମାୟାବତୀ ନଦୀରୁ ଗଳିତ ଶବ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3kj7HSt
0 Comments