
କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦୁରାବ୍ଲକରୁ ଆଶା ଦେଖାଇ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଏଜେଣ୍ଟ ମାଧ୍ୟମରେ ଲୁଟି ନେଇଛି ଭୁବନେଶ୍ବରର ଆଶା ଇନଫ୍ରା ଓ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ୍ ନାମକ ଏକ ଚିଟଫଣ୍ଡ ସଂସ୍ଥା। ଦୀର୍ଘ ୧୦ ବର୍ଷ ହେଲା ଏହି ଚିଟଫଣ୍ଡ ସଂସ୍ଥା କୁନ୍ଦୁରା ବ୍ଲକର ଆସନା ପଞ୍ଚାୟତରେ ରାଜୁତି କରୁଥିବାବେଳେ ପ୍ରାୟ ୧୦୦ରୁ ଅଧିକ ହିତାଧିକାରୀଙ୍କ ଠାରୁ କଷ୍ଟ ଉପାର୍ଜିତ ଅର୍ଥ ଠକି ନେଇଛି ସଂସ୍ଥା। ସଂସ୍ଥାର ଏଜେଣ୍ଟ ରହିଥିବା ଆସନା ପଞ୍ଚାୟତ ଅନ୍ତର୍ଗତ ପଦରକଣ୍ଟା ଗାଁର ସୁରେନ୍ଦ୍ର ସଗରିଆ। ଏନେଇ ଆଜି ଶତାଧିକ ଜମାକରୀ କୁନ୍ଦୁରା ଥାନାରେ ସୁରେନ୍ଦ୍ରଙ୍କ ନାମରେ ଅଭିଯୋଗ ଦେଇଥିବା ଜଣାପଡିଛି।
କିଛିବର୍ଷ ତଳେ ଭୁବନେଶ୍ବରର ଆଶା ଇନଫ୍ରା ଓ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ୍ ନାମକ ଏକ ଚିଟଫଣ୍ଡ ସଂସ୍ଥା ନୂଆ କରି ଆସିଛି ବୋଲି କଳେ ଗ୍ରାମବାସୀଙ୍କୁ କହିଥିଲେ ସୁରେନ୍ଦ୍ର। ଏହାପରେ ବିଭିନ୍ନ ଲୋଭନୀୟ ସ୍କିମ ଦେଇଥିଲେ। ସ୍କିମରେ ପଡି ଶତାଧିକ ଜମାକରୀ ଡବଲ ହେବା ଆଶାରେ ଅର୍ଥ ଜମା କରିଥିଲେ । ନିମୟ ଅନୁସାରେ କିଛି ଜମାକାରୀଙ୍କରୀ ଅର୍ଥ ମିଳିବାର ସମୟ ହୋଇଥିଲା। କିନ୍ତୁ ଉକ୍ତ ଏଜେଣ୍ଟ ଜଣକ ଲୋକଙ୍କ ପ୍ରାପ୍ୟ ଫେରାଇ ନ ଥିଲେ। ଏବେ ସେହି ସମୟର ଏଜେଣ୍ଟ ଏବେ ସାମ୍ବାଦିକ। ତେଣୁ ତାଙ୍କ ନିକଟକୁ ଟଙ୍କା ମାଗିବାକୁ ଲୋକେ ଯାଉଥିବାରୁ ତାଙ୍କୁ ଗାଳିଗୁଲଜ କରୁଥିବା ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
The post ଆଶା ଦେଖାଇ ୧୦ଲକ୍ଷ ଟଙ୍କା ଲୁଟି ନେଇଛି ଆଶା ଇନଫ୍ରା first appeared on Sambad.from ଜିଲ୍ଲା | Sambad https://ift.tt/2XFlPwa
0 Comments