ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆରୁହା ପଞ୍ଚାୟତ ଶାଳିକୋଠା ଦଳିତ ସାହିର ବଳରାମ ଜେନାଙ୍କ ୧୩ ଦିନର ଶିଶୁପୁତ୍ର ନିଖୋଜ ହେବାର ୪ ଦିନ ପରେ ମୃତଦେହ ଘର ନିକଟ ଏକ ପୋଖରୀରୁ ଉଦ୍ଧାର ହୋଇଥିଲା। ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ତେବେ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଥିବା ବେଳେ ପ୍ରକୃତ କାରଣ ପଦାକୁ ଆସିବା ପରେ ଜଳେଶ୍ବର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, ମୃତ ଶିଶୁପୁତ୍ରର ମା ପୂର୍ଣ୍ଣିମା ହିଁ ଶିଶୁପୁତ୍ରକୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛି। ଉକ୍ତ ପଞ୍ଚାୟତ ଅନ୍ତର୍ଗତ ନିମପୁର ଗ୍ରାମର ବାଙ୍ଗରୁ ଦେହୁରୀଙ୍କ ପ୍ରେମରେ ପଡ଼ିଥିଲେ ପୂର୍ଣ୍ଣିମା। ତେବେ ପୁଅକୁ ରାସ୍ତାରୁ ହଟାଇଲେ ଯାଇ ବାଙ୍ଗରୁ ତାଙ୍କୁ ବିବାହ କରିବ ବୋଲି କହିବା ପରେ ପୂର୍ଣ୍ଣିମା ଏଭଳି ନୃଶଂସ କାଣ୍ଡ ଭିଆଇଥିବା ମାନିଛି। ଏହି ଘଟଣାରେ ଉଭୟ ପୂର୍ଣ୍ଣିମା ଓ ପ୍ରେମିକ ବାଙ୍ଗରୁକୁ ଗିରଫ କରିଛି ପୁଲିସ। ପୂର୍ବରୁ ରୁଜୁ ହୋଇଥିବା ନିଖୋଜ ମାମଲା ୩୦୧/୨୧ ହତ୍ୟା ମାମଲାକୁ ବଦଳାଯିବ ବୋଲି ଜଳେଶ୍ବର ପୁଲିସ ପ୍ରକାଶ କରିଛି।

The post ପରକୀୟା ପ୍ରୀତି ପାଇଁ ରାକ୍ଷସୀ ପାଲଟିଲା ମା’, ୧୩ ଦିନର ଶିଶୁପୁତ୍ରକୁ ହତ୍ୟା! first appeared on Sambad.

from ଜିଲ୍ଲା | Sambad https://ift.tt/3tVLY6k