ରିଆମାଳ : ରିଆମାଳ ବନାଞ୍ଚଳ ପଳସମା ସେକ୍ସନ୍‌ ବାଘବର ପଞ୍ଚାୟତ ଅନ୍ତର୍ଗତ ବେଲମୁଣ୍ଡା ଆମ୍ବଖୋଳ ଗ୍ରାମରେ ପୁଣି ଥରେ କଲରାପତରିଆ ଆକ୍ରମଣ କରିଛି। ଆକ୍ରମଣରେ ଗୋଟିଏ ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବଳଦଟି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଧଳଙ୍କ ହୋଇଥିବା ବେଳେ ଗାଈଟି ଡିଲେଶ୍ୱର ବେହେରାଙ୍କ ବୋଲି ଜଣାପଡ଼ିଛି।

ପ୍ରକାଶ ଥାଉକି ଉକ୍ତ ବଳଦ ଓ ଗାଈ ଆଜକୁ ତିନି ଦିନ ହେବ ଜଙ୍ଗଲକୁ ଚୋରିବାକୁ ଯାଇ ନିଖୋଜ ଥିଲେ। ବହୁତ ଖୋଜା ଖୋଜି ପରେ ଉକ୍ତ ଜଙ୍ଗଲରେ ମୃତ୍ୟୁଦେହ ପଡ଼ିଥିବା ଦେଖିଥିଲେ। କଲରାପତରିଆକୁ ଠାବ କରିବାକୁ ବନବିଭାଗ ପକ୍ଷରୁ ୨୦ ଟି କ୍ୟାମେରା ଲଗାଯାଇଥିବା ପଳସମା ବନପାଳ ସୁବାସ ଚନ୍ଦ୍ର ଦେହୁରୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଏହା ପୂର୍ବରୁ କଲରାପତରିଆ ଆକ୍ରମଣରେ ଉକ୍ତ ଗ୍ରାମର ଶିବ ମୋହନ ଧଳଙ୍କ ଗାଈ ଗୁରୁତର ହୋଇଥିଲା। କଣ୍ଟାବାହାଳ ପଞ୍ଚାୟତ ବ୍ରାହ୍ମଣୀପାଲିରେ ଏକ ମଇଁଷିର ମଧ୍ୟ ମୃତ୍ୟୁ ହୋଇଥିଲା।

The post କଲରାପତରିଆ ଆକ୍ରମଣରେ ବଳଦ ଓ ଗାଈ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3AiifqB