ଲାଞ୍ଜିଗଡ଼ : ଶନିବାର ରାଜ୍ୟସଭା ସାଂସଦ ସୁଜିତ କୁମାର ଲାଞ୍ଜିଗଡ଼ ବ୍ଲକ୍‌ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭୂମି ପୂଜନ କରିଛନ୍ତି। ପ୍ରଥମେ ବ୍ଲକ୍‌ର ଭଟାଙ୍ଗପଦର ଗାଁକୁ ଗସ୍ତ କରି ଆଦର୍ଶ ସାଂସଦ ଗ୍ରାମର ଫଳକ ଉନ୍ମୋଚନ କରିଥିଲେ। ସାଂସଦ ପାଣ୍ଠିରୁ ୩ଲକ୍ଷ ଟଙ୍କା ବିନିମୟରେ ଏକ ବିଶ୍ରାମାଗାରାର ଭୂମି ପୂଜନ କରିଥିଲେ। ଭଟାଙ୍ଗପଦର ବାସିନ୍ଦାଙ୍କୁ କିଭଳି ସମସ୍ତ ମୌଳିକ ସୁବିଧା ମିଳିପାରିବ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ବ୍ଲକ୍‌ ମୁଖ୍ୟାଳୟ ବିଶ୍ୱନାଥପୁରକୁ ଗସ୍ତ କରି ବିଜେପୁର ଛକରେ କାର୍ଜି ମାଝୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ବିଜେପୁରକୁ କାର୍ଜି ମାଝୀ ଛକ ନାମରେ ନାମିତ କରାଯାଇଥିଲା। ପ୍ରତିମୂର୍ତ୍ତିଟି ସ୍ବେଚ୍ଛାସେବୀ ସଂସ୍ଥା ସେବା ଜଗତ ପକ୍ଷରୁ ପ୍ରଦାନ କରାଯାଇଛି।

ସୂଚନାଥାଉକି, ଯେତେବେଳେ ଲାଞ୍ଜିଗଡ଼ ଅଞ୍ଚଳରେ ମରୁଡ଼ିର ପଦଧ୍ବନି ଦେଖାଦେଇଥିଲା, ସେ ସମୟରେ କାର୍ଜି ମାଝୀ ପାହାଡ଼ରୁ ଆସୁଥିବା ଝରଣା ପାଣିକୁ ଅଟକାଇ ୪୫ଟି ଗାଁକୁ ଜଳ ଯୋଗାଣର ବ୍ୟବସ୍ଥା କରିଥିଲେ। ଲାଞ୍ଜିଗଡ଼ ବ୍ଲକ୍‌ ପରିସରରେ ଥିବା ଏକ ବିଶ୍ରାମାଗାରକୁ ସାଂସଦ ଉଦ୍‌ଘାଟନ କରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ଇଂ.ଫକିର ମୋହନ ମାଝୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇଥିଲା। ବିଡିଓ ଜିତେନ୍ଦ୍ର ମିଶ୍ର, କେକେଡିଏ ପ୍ରକଳ୍ପ ସଂଯୋଜକ ଲମ୍ବୋଦର ପ୍ରଧାନ, ଭଟାଙ୍ଗପଦର ପିଇଓ ସରୋଜ ମହାରଣା, ଯନ୍ତ୍ରୀ ଗୋଲକ ବିହାରୀ ଭୋଇ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ସେବାଜଗତ ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ, ବିଜୁ ଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରିକ୍ଷିତ ନାଏକ, ଟାଙ୍ଗପଦର ସରପଞ୍ଚ ବାସ ମାଝୀ, ସମିତିସଭ୍ୟ ଶାନ୍ତି ମାଝୀ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ ଯାଦବ, ଜିଲ୍ଲା ଆଇଟି ସେଲ୍‌ ମୁଖ୍ୟ ସତ୍ୟବ୍ରତ ଦାସ, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଲବଣିଧର ମହାନନ୍ଦ, ବ୍ଲକ୍‌ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ ପ୍ରମୁଖ ଯୋଗଦେଇ ଥିଲେ। ଶେଷରେ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ।

The post ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଲାଞ୍ଜିଗଡ଼ ଗସ୍ତ, କାର୍ଜି ମାଝୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ first appeared on Sambad.

from ଜିଲ୍ଲା | Sambad https://ift.tt/3zpkzdX