ସୋନପୁର: ସମ୍ବାଦ ବାର୍ଷିକ ପ୍ରତିଯୋଗିତା ପୁରସ୍କାର ବିତରଣ

ସୋନପୁର : ‘ସମ୍ବାଦ – ଆମ ଓଡ଼ିଶା’ ପକ୍ଷରୁ ଗତ ୧୯ ତାରିଖ ଅନୁଷ୍ଠିତ ହୋଇଥିବା କୁଇଜ୍, ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଜିଲ୍ଲାସ୍ତରୀୟ କୃତୀ ପ୍ରତିଯୋଗୀମାନଙ୍କୁ ରବିବାର ପୁରସ୍କୃତ କରାଯାଇଛି। ଏନେଇ ସୋନପୁର ଭଗବତୀ କଲ୍ୟାଣ ମଣ୍ଡପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସାହିତ୍ୟ ଏକାଡେମିର ସଦସ୍ୟ ତଥା ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରି କଲେଜର ଅଧ୍ୟକ୍ଷ ଡ. ଦେବାଶିଷ ପାଣ୍ଡିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ।

ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଥିବା ଛାତ୍ରଛତ୍ରୀମାନେ ହେଲେ କୁଇଜରେ ସିଙ୍ଘିଯୁବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଛାତ୍ର ଅମୀୟ ମହାକୁର ପ୍ରଥମ, ତରଭା ଶ୍ରୀହରି ବିଦ୍ୟାପୀଠର ଛାତ୍ର ବୁଲୁ ନାଏକ ଦ୍ବିତୀୟ, ଡୁଙ୍ଗୁରିପାଲି କୋଶଳେଶ୍ବର ଉଚ୍ଚ ବିଦ୍ୟାଳୟର ଛାତ୍ର ଦୁଃଖୁ କୁମ୍ଭାର ତୃତୀୟ, ହସ୍ତାକ୍ଷରରେ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶ୍ରୀତମ ମ‌େହେର ପ୍ରଥମ, ତରଭା ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ମେହେର ଦ୍ବିତୀୟ, ରାମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ସ୍ନେହାରାଣୀ ସାହୁ ତୃତୀୟ, ଚିତ୍ରାଙ୍କନରେ ଅମରପାଲି ୟୁପି ସ୍କୁଲର ଛାତ୍ରୀ ଅରାଧ୍ୟା ଅନୁଭା ସାହୁ ପ୍ରଥମ, ଡୁଙ୍ଗୁରିପାଲି ସେନଚୁରିୟନ ପବ୍ଲିକ ସ୍କୁଲର ସ୍ବସ୍ତିକ ମେହେର ଦ୍ବିତୀୟ ଓ ଡୁଙ୍ଗୁରିପାଲି ପଞ୍ଚବଟି ବିଦ୍ୟା ନିକେତନର ଛାତ୍ରୀ ଅଂଶିକା ଷାଣ୍ଢ ତୃତୀୟ। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସମ୍ବାଦ ଜିଲ୍ଲା ପ୍ରତିନିଧି ରତନ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଦୟାନିଧି ଦାଶ ସହଯୋଗ କରିଥିଲେ।

The post ସୋନପୁର: ସମ୍ବାଦ ବାର୍ଷିକ ପ୍ରତିଯୋଗିତା ପୁରସ୍କାର ବିତରଣ first appeared on Sambad.

from ଜିଲ୍ଲା | Sambad https://ift.tt/3oaU0ag

Post a Comment

0 Comments