ବାରିପଦା: ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା ଅବସରରେ ହୋଇଥିବା କୁଇଜ୍‌ ପ୍ରତିଯୋଗିତାର ମୟୂରଭଞ୍ଜ ଜିଲ୍ଲାର କୃତି ପ୍ରତିଯୋଗୀଙ୍କୁ ଆଜି ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯାଇଛି। ଜିଲ୍ଲାସ୍ତରୀୟ କୁଇଜ୍‌ ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାରିପଦାର ଛାତ୍ର ଫାଲଗୁନି କୁମାର ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଲକ୍ଷ୍ମଣସାହିର ଦେବାଶିଷ ବେହେରା ଦ୍ବିତୀୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିଟିଆର ଛାତ୍ର ଶାନ୍ତନୁ ସିଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାରିପଦାର ପ୍ରଧାନଆଚାର୍ଯ୍ୟ ରତିକାନ୍ତ ଜେନା, ଏମକେସି ହାଇସ୍କୁଲ୍‌ର ଶିକ୍ଷକ ତଥା ଯୁବ କବି ଅମିତାଭ ମିଶ୍ର, ଗବେଷକ ସରୋଜ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କୃତି ପ୍ରତିଯୋଗୀଙ୍କ ଅଭିଭାବକ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହିତ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ସମ୍ବାଦ ଜିଲ୍ଲା ପ୍ରତିନିଧି ରାଜ କିଶୋର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

The post ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା: କୁଇଜ୍‌ ପ୍ରତିଯୋଗିତାରେ ଜିଲ୍ଲାସ୍ତରୀୟ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ first appeared on Sambad.

from ଜିଲ୍ଲା | Sambad https://ift.tt/3mipau7