
କଟକ : ଏରିକ୍ସନ କମ୍ପାନିର ବୈଷୟିକ ମୁଖ୍ୟ ଡକ୍ଟର ଇଞ୍ଜିନିୟର ସୁକାନ୍ତ କୁମାର ମହାପାତ୍ର ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ବିଶ୍ବେଶ୍ବରାୟା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ୧୫ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ବିଜୁ ପଟ୍ଟନାୟକଛକସ୍ଥିତ ସାରଳା ଭବନରେ ‘ଦି ଓଡ଼ିଶା ଇଞ୍ଜିନିୟର୍ସ ଫୋରମ୍ ପକ୍ଷରୁ ଆୟୋଜିତ ଇଞ୍ଜିନିୟର ଦିବସରେ ଡକ୍ଟର ମହାପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନ ସ୍ବରୂପ ଡକ୍ଟର ମହାପାତ୍ରଙ୍କୁ ରୌପ୍ୟ ନିର୍ମିତ ସାର୍ ବିଶ୍ବେଶ୍ବରାୟାଙ୍କ ପ୍ରତିମୂର୍ତ୍ତି, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରିଯିବା ବୋଲି ଫୋରମ୍ ପକ୍ଷରୁ ସୂଚନା ଦିଆଯାଇଛି।
ଡକ୍ଟର ମହାପାତ୍ର ବ୍ରହ୍ମପୁରସ୍ଥିତ ଜାତୀୟ ବିଜ୍ଞାନ ଓ ବୈଷୟିକ ପ୍ରତିଷ୍ଠାନ (ନିଷ୍ଟ୍)ର ପ୍ରତିଷ୍ଠାତା ଓ ପରିଚାଳନା ସମିତି ଅଧ୍ୟକ୍ଷ। ସେ ୧୯୮୧ରେ ଜାତୀୟ ବୈଷୟିକ ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ, ପରେ ଯୁକ୍ତରାଷ୍ଟ୍ର ଆମେରିକାର ଲୁଇସିଆନା ବିଶ୍ବବିଦ୍ୟାଳୟରୁ ଏମ୍ଏସ୍ ଓ ଷ୍ଟିଭେନ୍ସ ବୈଷୟିକ ବିଶ୍ବବିଦ୍ୟାଳୟ, ନିୟୁଜର୍ସିରୁ ପିଏଚ୍ଡି ଡିଗ୍ରି ହାସଲ କରିଛନ୍ତି। ୧୯୫୮ ମସିହା ଜାନୁଆରି ୧୭ରେ କଟକ ଜିଲ୍ଲା ସାତବାଟିଆରେ ତାଙ୍କର ଜନ୍ମ। ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ନିୟୁଜର୍ସିରେ ଡକ୍ଟର ମହାପାତ୍ର ଅବସ୍ଥାନ କରୁଛନ୍ତି।
The post ଇଞ୍ଜିନିୟର ସୁକାନ୍ତ ମହାପାତ୍ର ପାଇବେ ବିଶ୍ବେଶ୍ବରାୟା ସମ୍ମାନ first appeared on Sambad.from ଜିଲ୍ଲା | Sambad https://ift.tt/38XiafI
0 Comments