
ଭଞ୍ଜନଗର : ଘୁମୁସର ମାଟିର ମହାନ ସ୍ବାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ନାମରେ ଆଜି ଡାକ ଟିକଟ ଉନ୍ମୋଚନ କରାଯାଇଛି। ଡାକ ବିଭାଗ ଆସିକା ମଣ୍ଡଳ ପକ୍ଷରୁ ଚକରାଙ୍କ ଜନ୍ମମାଟି ତଥା ଭଞ୍ଜନଗର ବ୍ଲକ୍ ବିଞ୍ଜଗିରି ଗ୍ରାମରେ ଉକ୍ତ ଡାକଟିକଟ ଉନ୍ମୋଚିତ ହୋଇଥିଲା।

ଆସିକା ଡାକମଣ୍ଡଳ ଅଧିକାରୀ ସୁରେନ୍ଦ୍ରନାଥ ପଣ୍ଡା ଏବଂ ବ୍ୟବସାୟିକ ଅଧିକାରୀ ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଗ୍ରାମରେ ଥିବା ଚକରାଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚକରା ବିଷୋୟୀ ସାଂସ୍କୃତିକ ଅକାଦେମିର ସଭାପତି ତଥା ଅଲ୍ ଓଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା ଡାକମଣ୍ଡଳ ଅଧିକାରୀ ଶ୍ରୀ ପଣ୍ଡାଙ୍କ ଠାରୁ ଚକରାଙ୍କ ଫଟୋ ଥିବା ଡାକଟିକଟ ‘ମାଇଁ ଷ୍ଟାମ୍ପ୍’ ଗ୍ରହଣ କରିଥିଲେ। ଏହାସହ ଆଜି ରାଜ୍ୟର ୬ଟି ସ୍ଥାନରେ ସଂଗ୍ରାମୀ ତଥା ବୀର ପୁରୁଷଙ୍କ ନାମରେ ଡାକ ବିଭାଗ ପକ୍ଷରୁ ଡାକ ଟିକଟ ପ୍ରଚଳନ କରାଯାଇଛି। ଢେଙ୍କାନାଳରେ ବାଜି ରାଉତ, ପୁରୀ ଠାରେ ଚାଖୀ ଖୁଣ୍ଟିଆ ଓ ଜୟୀ ରାଜଗୁରୁ, ସମ୍ବଲପୁରରେ ପାର୍ବତୀ ଗିରି ଏବଂ ଭୁବନେଶ୍ବରରେ ବକ୍ସି ଜଗବନ୍ଧୁଙ୍କ ଡାକଟିକଟ ଉନ୍ମୋଚିତ କରାଯାଇଛି।
The post ଚକରା ବିଷୋୟୀଙ୍କ ନାମରେ ଡାକଟିକଟ ଉନ୍ମୋଚନ first appeared on Sambad.from ଜିଲ୍ଲା | Sambad https://ift.tt/3CQ41xH
0 Comments