
ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ଅର୍ଜୁନପୁର ସରକାରୀ ହାଇସ୍କୁଲଠାରେ ସମ୍ବାଦ ସାହିତ୍ୟଘର ଦେଓଗାଁ ଶାଖାର ୧୦୧ତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ସାହିତ୍ୟ ଘର ସଭାପତି ଡ. ସୁଧାଂଶୁ ଭୂଷଣ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ଧନେଶ୍ବର ଥନାପତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ବାଲ ମୁଖ୍ୟ ଅତିଥି, ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ଅଜିତ ମିଶ୍ର ମୁଖ୍ୟ ବକ୍ତା, ସାଲେପାଲି ଶିକ୍ଷା ନିକେତନର ନିର୍ଦେଶକ କନିୟରଲାଲ ସାମଲ, ହେମନ୍ତ ଦାଶ (ନିଶାନ ସଂପାଦକ) ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟ ଅତିଥି ଶ୍ରୀ ବିଶ୍ବାଲ ସମ୍ବାଦ ସାହିତ୍ୟଘର ସାହିତ୍ୟିକମାନଙ୍କୁ ମଞ୍ଚ ଯୋଗାଇ ଏକଜୁଟ କରିବା ସହ ସମାଜସସ୍କାର କରିବାକୁ ପ୍ରୟାସ କରିଚାଲିଛି ବୋଲି କହିଥିଲେ। ଏହି ଅବସରରେ ସାହିତ୍ୟଘର ସଭ୍ୟମାନଙ୍କ ଦ୍ବାରା କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହାକୁ କବୟିତ୍ରୀ ସୁଶ୍ରୀ ଯାଜ୍ଞସେନୀ ସାହୁ ଓ କବି ଦେବେନ୍ଦ୍ର ଭୋଇ ପରିଚାଳନା କରିଥିଲେ। ଅଜିତ ମିଶ୍ର, ଦେବପ୍ରସାଦ ମେହେର, ମୁରଲୀଧର ମେହେର, ଧନେଶ୍ବର ଥନାପତି, ସ୍ନେହାସିନୀ ସାହୁ, ନିତ୍ୟାନନ୍ଦ ଷଡ଼ଙ୍ଗୀ, ଅବନୀ ସାହୁ, ଅଜୟ ତ୍ରିପାଠୀ, କୃଷ୍ଣେନ୍ଦୁ ହୋତା, ସନ୍ତୋଷ ବହେରା, ଭକ୍ତବନ୍ଧୁ ସାହୁ, ଧବଳେଶ୍ବର ମେହେର, ଶାନ୍ତନୁ ପୁରୋହିତ, ଦଶରଥ ସାମଲ, ଶୁଭେନ୍ଦୁ ପ୍ରସାଦ ଷାଣ୍ଢ, ଗୌର ଚରଣ ସାହୁ, ଯୌବନ ନନ୍ଦ, ଲିପୁନ ସାହୁ ପ୍ରମୁଖ କବିତା ପାଠ କରିଥିଲେ। କବିତା ପାଠ କରିଥିବା ସମସ୍ତ କବି ଓ କବୟିତ୍ରୀଙ୍କୁ ସାହିତ୍ୟଘର ପକ୍ଷରୁ ପ୍ରଶଂସାପତ୍ର ଦିଆଯାଇଥିଲା। ସାହିତ୍ୟଘର ସଂଯୋଜକ କିଶୋର ସାହୁ ଧନ୍ୟବାଦ ଦେଇଥିଲେ।
The post ‘ସାହିତ୍ୟିକଙ୍କୁ ଉପଯୁକ୍ତ ମଞ୍ଚ ଯୋଗାଉଛି ସମ୍ବାଦ ସାହିତ୍ୟଘର’ first appeared on Sambad.from ଜିଲ୍ଲା | Sambad https://ift.tt/2ViGZ2t
0 Comments