କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଏନ୍‌ଏସି ଛକ ନିକଟରେ ଥିବା ଶ୍ରୀନିବାସ ଦୋରାଙ୍କ ମର୍ଡେନ ଗାର୍ମେଣ୍ଟ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଖବର ପାଇ କଣ୍ଟାବାଞ୍ଜି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ ଉକ୍ତ ଗୋଦାମରୁ ଧୂଆଁ ବାହାରୁଥିବା କିଛି ଲୋକେ ଦେଖିଥିଲେ। ଦୋକାନ ମାଲିକ ଜାଣିବା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିକାଣ୍ଡରେ ଲାପଟପ, ପ୍ରିଣ୍ଟର, ଜରୁରୀ କାଗଜପତ୍ର ସହ କପଡ଼ା ଜଳିଯାଇଛି। ଦୁଇଲକ୍ଷରୁ ଅଧିକ କ୍ଷତି ହୋଇଥିବା ମାଲିକ ଶ୍ରୀ ଦୋରା ସୂଚନା ଦେଇଛନ୍ତି।

The post କପଡ଼ା ଗୋଦାମରେ ଅଗ୍ନିକାଣ୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/3lEuAza