
କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା : ଏକ ବିବାଦୀୟ ଜମିର ଡିମାର୍କେସନରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦରେ ବଙ୍ଗୋମୁଣ୍ଡା ତହସିଲ ଅଫିସ ଆଗରେ ଗନ୍ଧର୍ଲା ଗ୍ରାମର ଅଶାମୁ ନାଗ ଓ ତାଙ୍କ ପୁଅ ଆମରଣ ଅନଶନରେ ବସିଥିଲେ। ଅଶାମୁଙ୍କ ଅଭିଯୋଗ ଅନୁସାରେ, ଉକ୍ତ ଜମି ଡିମାର୍କେସନ ପାଇଁ ଆବେଦନ କରିଥିଲେ। ୧୪୪ ଧାରା ଜାରି ପରେ ମଧ୍ୟ ବିଳମ୍ବ ହେଉଛି। ଫଳରେ ସେ ହଇରାଣ ହେଉଛନ୍ତି। ବିଭିନ୍ନ କାର୍ଯ୍ୟାଳୟକୁ ଗଲେ ମଧ୍ୟ କୌଣସି ପ୍ରକାର ସମାଧାନ କରାଯାଉ ନାହିଁ। ସିଂଧେକେଲା ପୁଲିସକୁ ଗୁହାରି କଲେ ମଧ୍ୟ ସମାଧାନ ହେଉ ନାହିଁ। ଶୁକ୍ରବାର ଆମରଣ ଅନଶନ ସ୍ଥଳକୁ ତହସିଲଦାର ଗୁଣମଣି ସୁନାନୀ ପହଞ୍ଚି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ସେମାନେ ଅନଶନ ପ୍ରତ୍ୟାହାର କରିଥିଲେ।
The post ବିବାଦୀୟ ଜମି ଡିମାର୍କେସନରେ ବିଳମ୍ବ, ତହସିଲ ଅଫିସ ଆଗରେ ଆମରଣ ଅନଶନ first appeared on Sambad.from ଜିଲ୍ଲା | Sambad https://ift.tt/3CoOogI
0 Comments