
ଦେଓଗାଁ : ଦେଓଗାଁ ବ୍ଲକ୍ରେ ଶୁକ୍ରବାର ତୃତୀୟ ଦିନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଥିଲା। ଗୋଟିଏ ଦିନରେ ବ୍ଲକ୍ର ୯ଟି ପଞ୍ଚାୟତରେ ୮୫୧୬ ଜଣ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ଼ ବଣ୍ଟନ କରାଯାଇଛି। ବ୍ଲକ୍ର ବଡ଼ବନ୍ଧ, ଲଣ୍ତାପଥର, ଧଣ୍ତାମାଲ, ସାରସମାଲ, ବ୍ରାହ୍ମଣୀଜୋର ଓ ବନ୍ଧପଡ଼ା ପଞ୍ଚାୟତରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବ୍ଲକ୍ ଅଧ୍ୟକ୍ଷା ରୀନା ମେହେର, ୬୦୬୬ ହିତାଧିକାରୀଙ୍କୁ କାର୍ଡ଼ ବଣ୍ଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଯୁଗଳ କିଶୋର ବିଶ୍ବାଲ, ସମାଜସେବୀ ଆଦ୍ରିଜା ମଞ୍ଜରୀ ସିଂହଦେଓ, ଜିଲ୍ଲା ପରିଷଦ ସଭ୍ୟ ସୁଶୀଳ ଚାନ୍ଦ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ମିଶ୍ର, ସରପଞ୍ଚ ଦୟାନିଧି ଖମାରୀ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ ପ୍ରମୁଖ ଉପସ୍ଥିତଥିଲେ। ସେହିପରି ଅର୍ଜୁନପୁର, କୁଲୁତାପଡ଼ା ଓ ଘୁଡ଼ଖାପଲା ପଞ୍ଚାୟତରେ ହାଉସିଂ ବୋର୍ଡ଼ ଅଧ୍ୟକ୍ଷ ତଥା ପୂର୍ବ ବିଧାୟକ ପ୍ରିୟଦର୍ଶୀ ମିଶ୍ର ୨୪୫୦ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ଼ ବଣ୍ଟନ କରିଥିଲେ। ଏଥିରେ ପୂର୍ବ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଜିଲ୍ଲା ବିଜେଡି ସଂପାଦକ ଉମାଶଙ୍କର ସିଂହ, ଗୁରୁଦେବ ରଣା, ଶୈଳେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
The post ଦେଓଗାଁ: ୮୫୧୬ ଜଣଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ first appeared on Sambad.from ଜିଲ୍ଲା | Sambad https://ift.tt/3zFeFW4
0 Comments