
କାଲିମେଳା : ଗୁଣିଗାରେଡ଼ି ସନ୍ଦେହରେ ମାଲକାନଗିରି ଜିଲ୍ଲା ଏମ୍ଭି-୭୯ ଥାନା ଅନ୍ତର୍ଗତ କୋଟମେଟା ଗ୍ରାମର ଗୁଣିଆ ସୁବା ପଡ଼ିଆମୀ (୬୫)ଙ୍କୁ ହତ୍ୟା କରାଯାଇଛି। ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ସୁବା ଘରେ ଶୋଇଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କୁ ହାଣିବାକୁ ଉଦ୍ୟମ କରିଥିଲେ। ଧାରୁଆ ଅସ୍ତ୍ରଟି ସୁବାଙ୍କ ବେକ ବଦଳରେ ମୁହଁରେ ବାଜି ଯାଇଥିଲା। ସୁବା ପ୍ରାଣ ବିକଳରେ ଘରୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଦୁର୍ବୃତ୍ତ ଜଣକ ତାଙ୍କୁ ହାଣି ଚାଲିଥିଲା। ନିଜ ଘର ସମ୍ମୁଖରେ ଛଟପଟ ହୋଇ ସେ ପ୍ରାଣ ହରାଇଥିଲେ। ଆଜି ସକାଳେ ଏମ୍ଭି-୭୯ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଦ୍ବାରା ଛାନଭିନ୍ ଆରମ୍ଭ କରିଛି। ମୃତ ସୁବା ଗ୍ରାମରେ ଗୁଣିଆ କାମ କରିବା ସହିତ ଚାଷ କରି ପରିବାର ଚଳାଉଥିଲେ।
The post ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/3AOYG9C
0 Comments