
ବାରିପଦା : ସଂସ୍କୃତିସମ୍ପନ୍ନ ସହର ବାରିପଦାରେ ବେଶ ଉତ୍ସାହ ଉଦ୍ଦୀପନାର ସହିତ ସିଦ୍ଧିଦାତା ଗଜାନନଙ୍କୁ ଆବାହନ କରାଯାଇଥାଏ। ମାତ୍ର ଚଳିତ ବର୍ଷ ମଧ୍ୟ ଗତବର୍ଷ ଭଳି ଗଣେଶ ପୂଜାକୁ ଫିକା କରିଛି ମହାମାରୀ କରୋନା। କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ ବିଘ୍ନ ବିନାଶକଙ୍କୁ ପୂଜା କରାଯାଇଛି। କଡା କଟକଣା ହେତୁ ବାରିପଦାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମାତ୍ର ସ୍ୱଳ୍ପସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ପୂଜା ଅନୁଷ୍ଠିତ ହୋଇଛି। ସେହିପରି ସହରର ବିଭିନ୍ନ ଅନୁଷ୍ଠାନ,ମଣ୍ଡପରେ ମଧ୍ୟ ପୂଜାକୁ କେବଳ ପରମ୍ପରା ମଧ୍ୟରେ ସୀମିତ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାରେ ଗାଁ ଠାରୁ ସହର ଖାଲି ଖାଲି ଲାଗୁଥିଲା। ବିଗତ ୨ବର୍ଷ ଧରି ଲକଡାଉନ୍ ଯୋଗୁଁ ସମସ୍ତ ପୂଜା ବନ୍ଦ ଥିବା ବେଳେ ଚଳିତ ବର୍ଷ କୋଭିଡ ନିୟମ ମୁତାବକ ଚାଲିଛି ଗଣେଶ ପୂଜା। ସରକାରଙ୍କ କୋରନା ଗାଇଡ଼ଲାଇ ଅନୁସାରେ ୪ ଫୁଟ ମଧ୍ୟରେ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ମଣ୍ଡପରେ ପୂଜାର୍ଚ୍ଚନା ପାଉଛନ୍ତି ବିଘ୍ନହର୍ତ୍ତା ଗଜାନନ । କେବଳ ସେତିକି ନୁହେଁ ସର୍ବାଧିକ ୭ ଜଣ ଲୋକ ରହି ପୂଜାର୍ଚ୍ଚନା ସମ୍ପର୍ଣ୍ଣ ମଧ୍ୟ କରୁଛନ୍ତି । ସେପଟେ ଗଣେଶ ପୂଜା ହେଉଛି ବିଶେଷତ ଛାତ୍ରଛାତ୍ରୀଙ୍କ ଖୁସିର ପର୍ବ। ଛାତ୍ରଛାତ୍ରୀ ଗଣେଶ ପୂଜାରେ ନୂଆ ପୋଷାକ ପିନ୍ଧି ଆନନ୍ଦରେ ସ୍କୁଲ କଲେଜ କୁ ଯାଇଥାନ୍ତି। ସାଙ୍ଗ ସାଥିରେ ମଉଜମଜଲିସରେ ଦିନ କାଟି ଥାଆନ୍ତି। ଗଣେଶ ପୂଜା ଆସିଲେ ସ୍କୁଲ କଲେଜ ଓ ବିଭିନ୍ନ କମିଟି ମାନଙ୍କରେ ସାଜସଜ୍ଜା କରାଯାଇଥାଏ କିନ୍ତୁ ଚଳିତ ବର୍ଷ ତାହା ଫିକା ପଡ଼ିଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ ଓ ପୂଜା କମିଟିର କର୍ମକର୍ତା ମାନେ । ତେବେ ଚଳିତ ବର୍ଷ ବିଘ୍ନହର୍ତାଙ୍କ ପାଖରେ ଛୁଆରୁ ବୁଢା ପର୍ଯ୍ୟନ୍ତ ମହାମାରୀ ଶୀଘ୍ର ଦୂର ହୋଇ ପରିସ୍ଥିତି ସ୍ବାଭାବିକ ହେବା ନିମନ୍ତେ ପ୍ରାର୍ଥନା କରିଛନ୍ତି ।
The post ନିରାଡ଼ମ୍ବର ଭାବେ ବିଘ୍ନ ବିନାଶକଙ୍କୁ ଆବାହନ, କରୋନା କଟକଣା ପାଇଁ ଫିକା ପଡିଲା ଉତ୍ସବ first appeared on Sambad.from ଜିଲ୍ଲା | Sambad https://ift.tt/2Xdizsc
0 Comments