
କୋରେଇ : କୋରେଇ ଥାନା ଅନ୍ତର୍ଗତ ଧନେଶ୍ବର ପଞ୍ଚାୟତ ବେଣାପୁର ଗ୍ରାମର କିଷାନ ହେମ୍ବ୍ରମଙ୍କ ପତ୍ନୀ ନାଗି ହେମ୍ବ୍ରମଙ୍କୁ ଆଜି କୋର୍ଟଚାଲଣ କରାଯାଇଛି। ଅଭିଯୁକ୍ତ ନାଗି ପାଣିକୋଇଲି ଥାନା ଅନ୍ତର୍ଗତ ସନ୍ତରା ଆଦିବାସୀ ସାହିର କାହ୍ନୁ ମାରାଣ୍ତିଙ୍କ ପତ୍ନୀ ମଞ୍ଜୁ(୪୫)ଙ୍କୁ ଗତକାଲି ଏକ ଇଟାରେ ଛେଚି ହତ୍ୟା କରିଥିଲେ। ତାଙ୍କ ସ୍ବାମୀ କିଷାନଙ୍କର ମଞ୍ଜୁଙ୍କ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ନାଗି ଏପରି କାଣ୍ଡ କରିଥିଲେ।
ଆଜି ଯାଜପୁର ଏସ୍ପି ରାହୁଲ ପିଆର୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସ୍ବାମୀର ପରକୀୟା ପ୍ରୀତିରୁ ଏପରି କରୁଣ ପରିଣତି ସୃଷ୍ଟି ହୋଇଥିବା ଥାନାଧିକାରୀ ରଞ୍ଜିତ ମହାନ୍ତି ସୂଚନା ଦେଇଛନ୍ତି। ପରେ ଆଜି ଅପରାହ୍ଣରେ ନାଗିଙ୍କୁ କେସ୍ ନମ୍ବର ୨୫୩/୨୧ ଦଫା ୩୦୨ରେ କୋର୍ଟଚାଲାଣ କରାଯାଇଥିଲା।
The post ସ୍ୱାମୀଙ୍କ ପ୍ରେମିକାକୁ ହତ୍ୟାକରି ଜେଲ୍ ଗଲେ ମହିଳା first appeared on Sambad.from ଜିଲ୍ଲା | Sambad https://ift.tt/3twRs7j
0 Comments