
ଜୟପୁର : ବସ୍ତାଏ ୟୁରିଆ ପାଇଁ ଆଉ କେତେ ଦଉଡିବୁ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବା ପରେ ସାର ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ତାପରେ ଦୁଇ ଦିନ କାଳ କୁମୁଲିପୁଟ ଲ୍ୟାମ୍ପକୁ ଯାଇ ଧାଁ ଧପଡ଼ କରିବା ପରେ ଟୋକନ୍ ମିଳିଥିଲା। ଆଜି ସାର୍ ମିଳିବ ବୋଲି ଆଶାରେ କଙ୍ଗା ଅଂଚଳର ଶତାଧିକ ଚାଷୀ କୁମୁଲିପୁଟ ଲ୍ୟାମ୍ପକୁ ଯାଇଥିଲେ। ତେବେ ଟୋକୋନ ଗୁଡ଼ିକର ସ୍କାନିଂ, ଆଧାରକାର୍ଡ଼ ଆଦିର ଯାଂଚ ବାହାନାରେ ଆଜି ବି ଆଉ ଚାଷୀଙ୍କୁ ସାର ମିଳିନଥିବା ଅଭିଯୋଗ କରିଛନ୍ତି। ବହୁ ଦୁର୍ଗମ ଗାଁରୁ ଅଟୋ, ବାଇକ ଆଦି ଧରି ଯାଇଥିବା ଚାଷୀ ମାନେ ବାରମ୍ବାର ଦଉଡ଼ି ଦଉଡ଼ି ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି ବୋଲି କହିଛନ୍ତି। ଖାସ୍ କରି ଚାଷୀଙ୍କୁ କିଭଳି ସହଳ ଉପାୟରେ ସାର୍ ମିଳି ପାରିବ ସେ ଦିଗରେ ଜିଲ୍ଲାପ୍ରଶାସନ ଆଶୁ ପଦକ୍ଷେପ ନ ନେଲେ ଚାଷୀ ମାନେ ରାଜରାସ୍ତା ଉପରକୁ ଯିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ରିପୋର୍ଟ ଲେଖା ହେବା ଯାଏଁ ତେଲିଗୁଡ଼ା ଆରସିଏମଏସ୍, ଉମୁରୀ ଲ୍ୟାମ୍ପ ଓ କୁମୁଲିପୁଟଲ୍ୟାମ୍ପରେ ଚାଷୀଙ୍କୁ ସାର ବିତରଣ କରାଯାଇଥିଲା ବୋଲି ଜିଲ୍ଲା କୃଷି ବିଭାଗ ପକ୍ଷରୁ କୁହାଯାଇଛି।
The post ଟୋକନ ପାଇଥିବା କଙ୍ଗା ଚାଷୀଙ୍କୁ ମିଳିଲାନି ୟୁରିଆ first appeared on Sambad.from ଜିଲ୍ଲା | Sambad https://ift.tt/3DUoSS7
0 Comments