ଭରତପୁର ଥାନା ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀ ଗିରଫ, ଦେଶୀ ବନ୍ଧୁକ ସହ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଭୁବନେଶ୍ବର: ଭରତପୁର ଥାନା ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀ ଗିରଫ। ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ବେଳେ ପୁଲିସ ଚୋରା ବନ୍ଧୁକ ବେପାରୀକୁ କାବୁ କରିଥିବା ନେଇ ସୂଚନା ମିଳିଛି। ଅଭିଯୁକ୍ତକୁ ଗିରଫ କରାଯିବା ସହ ତା’ଠାରୁ ଦେଶୀ ବନ୍ଧୁକ ଓ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୁଲିସ। ଅଭିଯୁକ୍ତଜଣକ ଭରତପୁର ଅଞ୍ଚଳର ଭାବଗ୍ରାହୀ ସାହୁ ବୋଲି ଚିହ୍ନଟ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଭାବଗ୍ରାହୀକୁ ନେଇ ଅଧିକ ତଦନ୍ତ କରୁଛି ଭରତପୁର ଥାନା ପୁଲିସ।

ସୂଚନା ମୁତାବକ, ଭାବଗ୍ରାହୀ ଗତକାଲି ରାତିରେ ବ୍ରାଉନସୁଗାର ବିକ୍ରି କରିବାକୁ ଆସିବ ବୋଲି ଭରତପୁର ପୁଲିସକୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ପୁଲିସ ଭାବଗ୍ରାହୀକୁ କାବୁ କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲା। ଭାବଗ୍ରାହୀ ବ୍ରାଉନସୁଗାର ବିକ୍ରି କରିବାକୁ ଆସିବା ପରେ ପୁଲିସ ଯୋଜନା ମୁତାବକ ତାକୁ ଗିରଫ କରିଥିଲା।  ଗିରଫ ପରେ ତା’ଠାରୁ ଦେଶୀ ବନ୍ଧୁକ ଓ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୁଲିସ। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପୁଲିସ ଷ୍ଟେସନରେ ଭାବଗ୍ରାହୀ ନାଁରେ ଅନେକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

The post ଭରତପୁର ଥାନା ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀ ଗିରଫ, ଦେଶୀ ବନ୍ଧୁକ ସହ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/2XEpDOd

Post a Comment

0 Comments