
ଘଟଗାଁ : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶ୍ବେଶ୍ୱର ଟୁଡୁ ଆଜି କେନ୍ଦୁଝର ଗସ୍ତରେ ଆସି ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ବିଜେପି କର୍ମୀମାନେ ତାଙ୍କୁ ଡ଼ାକବଙ୍ଗଳାଠାରେ ଭବ୍ୟ ସ୍ୱାଗତ କରିଥିଲେ। ଘଟଗାଁ ପ୍ରେସ କ୍ଲବ୍ ସଭାପତି ପ୍ରଦୀପ କୁମାର ସାଙ୍କ ନେତୃତ୍ୱରେ ସଦସ୍ୟ ଛବୀନ୍ଦ୍ର କୁମାର ଜେନା, ଶେଷନନ୍ଦନ ବଳ, ଭବାନୀ ପ୍ରସାଦ ମହାନ୍ତ ପ୍ରମୁଖ ମନ୍ତ୍ରୀଙ୍କୁ ଭେଟି ନୀଳକଣ୍ଠେଶ୍ଵର ରେଳଷ୍ଟେସନରୁ ଘଟଗାଁ ତାରିଣୀ ପୀଠକୁ ରେଳ ସଂଯୋଗ ଏବଂ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ସଭ୍ୟ ଦୟାନିଧି ମହାନ୍ତ, ନିର୍ମଳ କୁମାର ମହାନ୍ତି, ଆନନ୍ଦ ଚନ୍ଦ୍ର ସିଂହ, କାର୍ଯ୍ୟନିର୍ବାହୀ ଅଧକାରୀ ସଂଜୀବ ମହାପାତ୍ର, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ ଓ ମନ୍ଦିର କର୍ମଚାରୀମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଁଅର, ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ବିଧାୟକ ପାର୍ଥୀ ମୂରଲୀ ମନୋହର ଶର୍ମା, ଘଟଗାଁ ମଣ୍ଡଳ ସଭାପତି ଗୋଲକ ବଳ, ବରିଷ୍ଠ ସଦସ୍ୟ ଜଗବନ୍ଧୁ ସା, ମକରଧ୍ବଜ ବେହେରା. ଶରତ ବେଜ, ଅନନ୍ତ ସାହୁ, ଉତ୍ତମ ପ୍ରଧାନ, ସତ୍ୟମ ଦେହୁରୀ, ଧନସିଂ ମୁଣ୍ଡା, ମହିଳା ମୋର୍ଚ୍ଚା ସଭାପତି ମମତା ସିଂହ, ପ୍ରକାଶ ମଲ୍ଲିକ, ପ୍ରୀତମ ରୋଶନ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା. ରୀତାଞ୍ଜଳି ଦେ, ରୁଦ୍ରପ୍ରସାଦ ବେହେରା, ରବୀନ୍ଦ୍ର ମୁଣ୍ଡା, ଚିନ୍ମୟ ବାରିକ, ଅରବିନ୍ଦ ମହାକୁଡ଼, ତପନ ମହାକୁଡ଼, ଅଜିତ ପାଣିଗ୍ରାହୀ, ଚନ୍ଦନ କୁମାର ଦାଶ, ଭଗବାନ ବେହେରା ଓ ଯଯାତି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
The post ମା’ ତାରିଣୀଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/3A9W0Ty
0 Comments