କଟକ: କଟକ ବଡ଼ଡାକ୍ତରଖାନାରୁ ନୂଆ ଜୀବନ ପାଇଛନ୍ତି ୯ବର୍ଷର ଝିଅ ମଞ୍ଜୁଳା ଅନ୍ତି। ନାଗ ସାପ ଦଂଶନରେ ଶିକାର ହୋଇ କଟକ ବଡ଼ଡାକ୍ତରଖାନା ପ୍ଲାଷ୍ଟିକ୍‌ ସର୍ଜରୀ ୱାର୍ଡ଼ରେ ଚିକିତ୍ସିତ ହେଉଥିବା ୯ ବର୍ଷର ଝିଅ ମଞ୍ଜୁଳା ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ଦୁଇଥର ପ୍ଲାଷ୍ଟିକ ସର୍ଜରୀ କରାଯାଇ ପଚି ଯାଇଥିବା ହାତକୁ ରକ୍ଷା କରିଛନ୍ତି ଡାକ୍ତରମାନେ। ଆସନ୍ତାକାଲି ତାଙ୍କୁ ଡିସ୍‌ଚାର୍ଜ କରାଯିବ।

୩ ମାସ ପୂର୍ବେ ଯନ୍ତ୍ରଣାରେ ଛଟପଟ ହେଉଥିବା ମଞ୍ଜୁଳାଙ୍କ ମୁହଁରେ ଏବେ ହସ ଫୁଟିଛି। ହାତର ଘା’ ସଂପୂର୍ଣ୍ଣ ଶୁଖି ଥିବା ବେଳେ ଆଗକୁ ଫିଜିଓଥେରାପି ଚିକିତ୍ସା ଦ୍ବାରା ଦୁଇ ମାସ ମଧ୍ୟରେ ହାତଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକ ସୂଚନା ଦେଇଛନ୍ତି। ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ମଞ୍ଜୁଳାଙ୍କ ଅଭିଭାବକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ହଳଦୀ ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗାଁର ୯ବର୍ଷର ବାଳିକା ମଞ୍ଜୁଳା ନାଗ ସାପ ଦଂଶନର ଶିକାର ହୋଇଥିଲେ। ଗଛରେ ବସିଥିବା ପକ୍ଷୀକୁ ଧରିବାକୁ ଯାଇ ମଞ୍ଜୁଳା ସର୍ପ ଦଂଶନର ଶିକାର ହୋଇଥିଲେ। ଗଛରେ ବସିଥିବା ପକ୍ଷୀକୁ ଧରିବାକୁ ଯାଇ ମଞ୍ଜୁଳା ସର୍ପ ଦଂଶନର ଶିକାର ହୋଇଥିଲେ। ମାତ୍ର ପରିବାର ଲୋକେ ମାସେ କାଳ ତାଙ୍କୁ ଘରେ ରଖି ତୁଟୁକା ଚିକିତ୍ସା କରାଉଥିଲେ। ଏପରିକି ସାପଟିକୁ ଏକ ପ୍ଲାଷ୍ଟିକ ମାଠିଆରେ ଘୋଡ଼ାଇ ରଖିଥିଲେ। ଚିକିତ୍ସା ଅଭାବରୁ ଡାହାଣ ହାତଟି ପଚି ନଷ୍ଟ ହୋଇଯାଇଥିଲା।

The post ମଞ୍ଜୁଳା ମୁହଁରେ ହସ ଫୁଟିଲା: କଟକ ବଡ଼ଡାକ୍ତରଖାନାରେ ପାଇଲେ ନୂଆ ଜୀବନ first appeared on Sambad.

from ଜିଲ୍ଲା | Sambad https://ift.tt/3zppb3K