ଖୋର୍ଦ୍ଧା: ହଳଦିଆ ମହାବିଦ୍ୟାଳୟ ଠାରେ ୩୮ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ଖୋର୍ଦ୍ଧା ବ୍ଲକ ତଥା ଜଟଣୀ ନିର୍ବାଚନମଣ୍ଡଳୀ ଅଧୀନ ହଳଦିଆ ଠାରେ ଥିବା ହଳଦିଆ ମହାବିଦ୍ୟାଳୟର ୩୮ତମ ପ୍ରତିଷ୍ଠା ଉତ୍ସବ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ସଭାପତିତ୍ୱ କରିଥିଲେ। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି, ନିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ଭଗବାନ ପ୍ରସାଦ ସମ୍ମାନିତ ଅତିଥି, ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଡଃ. ଶରତ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଖୋର୍ଦ୍ଧା ଓ ବାଙ୍କୀର ସୀମାନ୍ତବର୍ତ୍ତୀ ତଥା ଏକ ରାଜଧାନୀ ଭୁବନେଶ୍ୱର ଠାରୁ ସୁଦୂର ଅଂଚଳରେ ଉଚ୍ଚଶିକ୍ଷାର ପ୍ରଚାର ଓ ପ୍ରସାରରେ ହଳଦିଆ କଲେଜର ଯୋଗଦାନ ଓ ଏହାର କର୍ତୃପକ୍ଷଙ୍କ ପ୍ରଚେଷ୍ଟାକୁ ଅତିଥିମାନେ ପ୍ରଶଂସା କରିଥିଲେ।

ମୁଖ୍ୟ ଅତିଥି ସୁରେଶ କୁମାର ରାଉତରାୟ ନିଜ ବକ୍ତବ୍ୟ ବେଳେ ମହାବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ପାଇଁ ବିଧାୟକ ହାତପାଣ୍ଠୀରୁ ୭ଲକ୍ଷ ଟଙ୍କା ଅନୁଦାନ ଘୋଷଣା ସହ ମହାବିଦ୍ୟାଳୟ ପରିସରରେ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ, ପରିଚାଳନା ପରିଷଦର ସଭ୍ୟ, ପୂର୍ବତନ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ସମ୍ମାନିତ କରାଯାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅଭିଭାବକ ଉପସ୍ଥିତ ଥିଲେ।

The post ହଳଦିଆ ମହାବିଦ୍ୟାଳୟର ୩୮ତମ ପ୍ରତିଷ୍ଠା ଦିବସ first appeared on Sambad.

from ଜିଲ୍ଲା | Sambad https://ift.tt/3AqA074