
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅଧୀକ୍ଷକ ସୀତ଼ାକନ୍ତ ମୁଦୁଲିଙ୍କ ତ଼ତ୍ତ୍ବାବଧନାରେ ଅବକାରୀ ବିଭାଗ ଚ଼ଢଉ କରି କେନ୍ଦୁଝର ସଦର ଥାନା ଅଞ୍ଚଳରେ ୨୨୭ ଲିଟର ରନ୍ଧା ମଦ ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଆଜି ମୋବାଇଲ ସ୍କ୍ବାଡ୍ ଏବଂ ଅବକାରୀ ବିଭାଗ ପକ୍ଷରୁ ସଦର ଥାନା ଅଞ୍ଚଳ ନୂଆଗାଁ ପଞ୍ଚାୟତ଼ ତ଼ାରତ଼ଖମଣ ଗ୍ରାମରେ ଚଢ଼ଉ କରାଯାଇଥିଲ। ମୋବାଇଲ ସ୍କ୍ବାଡ୍ ଚ଼ନ୍ଦନ କୁମାର ମଣ୍ତଲ, ଏସ୍ ଆଇ ରବି ମୁର୍ମୁ, ବଳଭଦ୍ର ରାଉତ଼, ମନୁଗିରି ମାଝି, ସଞ୍ଜୀବ ଜେନା, ପୂଜା ବେହେରା, ଫୁଲମଣୀ ନାଏକ, କୁଳମଣି ଜେନା ପ୍ରମୁଖ ତ଼ାରତ଼ଖମଣ ଗ୍ରାମର ରାଣୀ ଗାଗରାଇ ଓ ଜଡ଼ିଚ଼ାତ଼ର ସୁବର୍ଣ୍ଣ କୁମାର ନାଏକ, ରାମାୟା ମାଝିଙ୍କ ଠାରୁ ୧୫୨ ଲିଟର ସମେତ଼ ୧୮ଶହ କେଜି ପୋଚ଼ ଜବତ଼ କରି ତ଼ାକୁ ନଷ୍ଟ କରି ଦେଇଥିଲେ। ଅବକାରୀ ବିଭାଗ ଟିମ୍ ନୂଆଗାଁ ପଞ୍ଚାୟତ଼ ନରସିଂହପୁର ଗ୍ରାମର ଲକ୍ଷ୍ମୀ ମାଝିଙ୍କ ଠାରୁ ୩୦ ଲିଟର ଓ ପୋଇପାଣି ଗୁରା ମୁଣ୍ତାଙ୍କ ପାଖରୁ ୨୫ଲିଟର ଜଡ଼ିଚ଼ାତ଼ର ବିକାଶ ମାଝିଙ୍କ ଠାରୁ ୨୦ଲିଟର ମିଶାଇ ସମୁଦାୟ ୨୨୭ ମହୁଲି ମଦ ଜବତ଼ କରିଥିଲେ। ମାମଲା ରୁଜୁ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚ଼ାଲାଣ କରାଯାଇଛି।
The post ୨୨୭ ଲିଟର ମଦ ଜବତ଼, ୬ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/2YO6ydf
0 Comments