
କଟକ : ଏସ୍ସିବି ଏକ୍ମୋ ୟୁନିଟ୍ରେ ୩ୟ ରୋଗୀ ଭାବେ ୪ଦିନ ତଳେ ଭର୍ତ୍ତି ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବେଲତଳ ଗ୍ରାମର ଯୁବକ ଜଗନ୍ନାଥ ପ୍ରଧାନ(୩୨)ଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି।
ଜଗନ୍ନାଥ କିଛିମାସ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ସୁସ୍ଥ ହେବାପରେ ତାଙ୍କ ନିକଟରେ ସ୍ୱାସ୍ଥ୍ୟଗତ ଜଟିଳତା ଦେଖାଦେଇଥିଲା। ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ କରୁଥିଲେ ସେ। ଅତ୍ୟଧିକ କାଶ ସାଙ୍ଗକୁ ଯନ୍ତ୍ରଣା ଅନୁଭବ କରୁଥିଲେ। ଫଳରେ ଗତମାସରେ ତାଙ୍କୁ କଟକ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇ ଆଇସିୟୁରେ ରଖାଯାଇଥିଲା। ତେବେ ଜଗନ୍ନାଥଙ୍କୁ ଏକ୍ମୋ ଚିକତ୍ସା ଯୋଗାଇବା ଜରୁରୀ ବୋଲି ଅନୁଭବ କରିବା ପରେ ଗତ ୭ତାରିଖ ଦିନ ଏସ୍ସିବି କର୍ତ୍ତୃପକ୍ଷ ତାଙ୍କୁ ଏକମୋ ୟୁନିଟ୍ରେ ଭର୍ତ୍ତି କରିଥିଲେ। ଶେଷରେ, ସେ ପ୍ରାଣ ହରାଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ଏସ୍ସିବି ଏକ୍ମୋ ୟୁନିଟ୍ରେ ୩ଜଣ ରୋଗୀ ଏକ୍ମୋ ସପୋର୍ଟରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ବଡ଼କ୍ଷୀର ଗ୍ରାମର ଅନ୍ନପୂର୍ଣ୍ଣା ନାୟକ, ବଲାଙ୍ଗୀରର ଜ୍ୟୋତିର୍ମୟୀ ପଣ୍ଡା(୩୮) ଓ ଭୁବନେଶ୍ବରର ଦିଲ୍ଲୀପ କୁମାର ଅଗ୍ରୱାଲ। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲେ ବି ସ୍ଥିର ରହିଥିବା ଏସ୍ସିବି ପକ୍ଷରୁ ସୂଚନା ମିଳିଛି।
The post ଏସ୍ସିବି ଏକ୍ମୋ ୟୁନିଟ୍ରେ ରୋଗୀଙ୍କ ମୃତ୍ୟୁ: ପ୍ରାଣ ହରାଇଲେ ପଟ୍ଟାମୁଣ୍ଡାଇର ଜଗନ୍ନାଥ first appeared on Sambad.from ଜିଲ୍ଲା | Sambad https://ift.tt/3z48s5R
0 Comments