
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଘଟିଛି ଅମାନବୀୟକାଣ୍ଡ। ନିଶାରେ ଚୂର ଥିବା କେତେକ ଯୁବକ ଜଣେ ସାଧାରଣ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍ଗ୍ଲାସ୍ ଭର୍ତ୍ତି କରିଛନ୍ତି। ଫଳରେ ଯୁବକ ଜଣକ ପ୍ରଥମେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। ଗୁରୁତର ଯୁବକ ଜଣକ ଦେଓଗାଁ ଥାନା ରାମଚନ୍ଦ୍ରପୁର ଗାଁର କରୁଣା ଭୋଇ(୧୯) ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ବର୍ଷୀୟ କରୁଣା ଶୌଚ ପାଇଁ ଗାଁ ନିକଟସ୍ଥ ଏକ ପିଚୁରାସ୍ତା କଡ଼କୁ ଯାଇଥିଲେ। ସେଠାରେ ଆଗରୁ ମଦ ପିଉଥିବା ତିନିଜଣ ମଦ୍ୟପ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ। ତାପରେ ହଠାତ ତାଙ୍କୁ ଧରି ତାଙ୍କ ମଳଦ୍ୱାରରେ ଏକ ଷ୍ଟିଲ୍ଗ୍ଲାସ୍ ଭର୍ତ୍ତି କରିଦେଇଥିଲେ। ଘରକୁ ଅସିବା ପରେ ତାଙ୍କ ମଳଦ୍ୱାରରୁ ରକ୍ତ ବୋହିବା ସହ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକେ ଗୁରୁବାର ସକାଳୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମଳଦ୍ୱାର ଭିତରେ ଗ୍ଲାସ ରହିଯାଇଥିବା ଜାଣିବାକୁ ପାଇଥିଲେ। ଡାକ୍ତର ହସପିଟାଲରେ ଗ୍ଲାସ୍ କାଢ଼ିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେଣୁ ଅସ୍ତ୍ରୋପଚାର କରି ଷ୍ଟିଲ୍ଗ୍ଲାସ୍କୁ କାଢ଼ିବା ପାଇଁ କରୁଣାଙ୍କୁ ବୁର୍ଲା ବଡ଼ ଡାକ୍ତଖାନାକୁ ରେଫର୍ କରାଯାଇଛି। ଏଭଳି କାଣ୍ଡ ଘଟାଇଥିବା ମଦ୍ୟପଙ୍କୁ ଗୁରୁତର ଯୁବକ ଚିହ୍ନିନଥିବା କହିଛନ୍ତି। ପରିବାର ଲୋକେ ଏନେଇ ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡ଼ିଛି।
ସେପଟେ ଘଟଣାର ତଦନ୍ତ କରିବା ପାଇଁ ଦେଓଗାଁ ଥାନା ଏବଂ ବନ୍ଧପଡ଼ା ଫାଣ୍ଡି ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଅତିରିକ୍ତ ଏସ୍ପି। ଥାନାରେ ଅଭିଯୋଗ ହୋଇନଥିବାରୁ ଏ ସଂର୍ପକରେ ମୁହଁ ଖୋଲୁନାହାନ୍ତି ପୁଲିସ ଅଧିକାରୀ। ହସପିଟାଲ ଅଧୀକ୍ଷକ ଅନୁପସ୍ଥିତ ଥିବାରୁ ଏ ସଂର୍ପକରେ ଡାକ୍ତର କିଂବା ଅନ୍ୟ ମେଡିକାଲ ଅଧିକାରୀ ମତାମତ ଦେବା ପାଇଁ ମନା କରିଦେଇଛନ୍ତି।
The post ମଦ୍ୟପଙ୍କ ଅମାନବୀୟକାଣ୍ଡ: ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତିକଲେ ଷ୍ଟିଲ୍ଗ୍ଲାସ୍ first appeared on Sambad.from ଜିଲ୍ଲା | Sambad https://ift.tt/3hFRDZ8
0 Comments