ପାଟଣା : ପାଟଣା ଥାନା କାଶିଆ ଗ୍ରାମରେ ଜଣେ ୩୦ ବର୍ଷୀୟ ଆଦିବାସୀ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ସେହି ଗ୍ରାମର ଜଣେ ୭୦ ବର୍ଷୀୟ ବୃଦ୍ଧକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା କାଶିଆ ଗ୍ରାମର ସନୁ ମହାନ୍ତ।

ମହିଳାଙ୍କ ବାପାମା’ ନଥିବା ବେଳେ ସେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହୁଥିଲେ। ୨୯ ତାରିଖରେ ବୃଦ୍ଧ ସନୁ ତାଙ୍କ ଘରେ ପଶି ମହିଳାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ଏହି ସମୟରେ ମହିଳାଙ୍କ ସଂପର୍କୀୟା ଭଉଣୀ ପହଞ୍ଚି ପାଟି କରିବାରୁ ସନୁ ସେଠାରୁ ପଳାଇଥିଲା। ପୀଡ଼ିତାଙ୍କ ଭଉଣୀଙ୍କ ଅଭିଯୋଗକୁ ଭିତ୍ତି କରି ପାଟଣା ଥାନାରେ କେସ୍‌ ନମ୍ବର ୧୪୧/୨୧ରେ ଏକ ମାମଲା ରୁଜୁ ହୋଇଛି। ଘଟଗାଁ ଏସ୍‌ଡିପିଓ ଅସିତ କୁମାର ମହାନ୍ତି ଘଟଣାର ତଦନ୍ତ କରୁଛନ୍ତି। ପୁଲିସ ଅଭିଯୁକ୍ତ ସନୁକୁ ଗିରଫ କରି କୋର୍ଟଚାଲାଣ କରିଛି।

The post ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ, ବୃଦ୍ଧ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3kRfGoD