
ଚଣ୍ଡିଖୋଲ : ଜାତୀୟ ରାଜପଥ ୫୩ରେ ରାହାଜାନି। ବନ୍ଧୁକ ଦେଖାଇ ମୋବାଇଲ ଫୋନ ଓ ଟଙ୍କା ଛଡ଼ାଇ ନେଲେ ୩ ଦୁର୍ବୃତ୍ତ। ଗତକାଲି ରାତି ୧୦ଟାରେ ଜାତୀୟ ରାଜପଥର କଟିକଟା ଛକ ନିକଟରେ ଏହି ଲୁଟ୍ ହୋଇଛି। ବରଦା ଗ୍ରାମର ଅକ୍ଷୟ କୁମାର ପୃଷ୍ଟି ଏହି ଲୁଟ୍ର ଶିକାର ହୋଇଛନ୍ତି।
କୌଣସି କାମରେ ସେ ବାଲିଚନ୍ଦ୍ରପୁର ବଜାରକୁ ଆସିଥିଲେ। ରାତି ୧୦ ଟାରେ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିଲେ। କଟିକଟା ଛକ ନିକଟ ଏକ ନିଛାଟିଆ ସ୍ଥାନରେ ତିନିଜଣ ଯୁବକ ଏକ ସ୍କୁଟରରେ ଆସି ଅକ୍ଷୟଙ୍କୁ ସେଠାରେ ଅଟକାଇଥିଲେ। ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ନଗଦ ୮ ହଜାର ଟଙ୍କା ଓ ତାଙ୍କ ମୋବାଇଲ ଫୋନ ଲୁଟିନେଇ ଚମ୍ପଟ ମାରିଥିଲେ। ଏନେଇ ଅକ୍ଷୟ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।
The post ବନ୍ଧୁକ ଦେଖାଇ ମୋବାଇଲ ଓ ଟଙ୍କା ଝାମ୍ପିନେଲେ first appeared on Sambad.from ଜିଲ୍ଲା | Sambad https://ift.tt/3tdNLD4
0 Comments