ଲୋଇସିଂହା : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୧ଟି ଚୋରି ବାଇକ୍‌ ଉଦ୍ଧାର କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୁଡ଼ାପାଲିର ବିଶ୍ବରଞ୍ଜନ ପରିଡ଼ା, ଖଲିଆପାଲି ଗ୍ରାମର ଭକ୍ତ ଭୁଏ ଓ ବଲାଙ୍ଗୀର ୫ ନମ୍ବର ୱାର୍ଡର ପ୍ରଶାନ୍ତ ରଣା।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଲୋଇସିଂହା ନିକଟସ୍ଥ ପୁଟାପାଲି ଗାଁର ଅରୂପ ସିଂ ପୁଟାଙ୍କ ବାଇକ୍‌ ଚୋରି ହୋଇଥିବା ନେଇ ଥାନା କେସ୍‌ ନଂ. ୨୭୭/୨୧ରେ ମାମଲା ରୁଜୁ ହୋଇଥିଲା। ଲୋଇସିଂହା ଥାନା ଅଧିକାରୀ ରମାକାନ୍ତ ଜେନାଙ୍କ ନେତୃତ୍ବରେ ଏସ୍‌ଆଇ ଏନ୍‌. କେ. ଭୋଇ, ଆର୍‌.କେ. ଡୁଙ୍ଗଡୁଙ୍ଗ ଏବଂ ଏଏସ୍‌ଆଇ ବି.ପି. କଣ୍ଟା ପ୍ରମୁଖ ତଦନ୍ତ ଆରମ୍ଭ କରିଥିଲେ। ସେମାନେ ସେମାନେ ଲୋଇସିଂହା, ପୁଇଁତଲା ଏବଂ ବଲାଙ୍ଗୀର ସଦର ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ଉକ୍ତ ୧୧ଟି ବାଇକ୍‌ ଉଦ୍ଧାର କରିବା ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

The post ୧୧ ଚୋରି ବାଇକ୍‌ ଉଦ୍ଧାର, ୩ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3kBlLa2