
କୋରାପୁଟ : ଗାଁ କୁ ରାସ୍ତା ନଥିବା ଅଭିଯୋଗ ନେଇ କୋରାପୁଟ ଜ଼ିଲ୍ଲା ଦଶମନ୍ତପୁର ବ୍ଲକର ଗାଦିଆଗୁଡା ପଞ୍ଚାୟତ ଅନ୍ତର୍ଗତ ବଗେଇପଦର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଏହି ଗ୍ରାମରେ ୫୦ ରୁ ଉର୍ଦ୍ଧ୍ବ ପରିବାର ବାସ କରୁଛନ୍ତି । ଗ୍ରାମକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ବାଗେଇପଦର ଠାରୁ ବାଲି ଘାଟ ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି। ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ବଜାର,ସହରକୁ ଯାତାୟାତ କରିଥାନ୍ତି। ଜୀବନ ଜୀବିକା ପାଇଁ ଏହି ରାସ୍ତାଟି ଏକ ମାତ୍ର ଭରସା ଗ୍ରାମବାସୀଙ୍କ ପାଇଁ।ଏହି ରାସ୍ତା ଉପରେ ଉକ୍ତ ପଞ୍ଚାୟତର ଅନ୍ୟ ଦୁଇଟି ଗ୍ରାମ ଯଥା ପରଜା ଗଦରି ଓ ତଳ ଗଦରି ର ଜନସାଧାରଣ ମଧ୍ୟ ସମ୍ପୂର୍ଣ ନିର୍ଭରଶୀଳ। ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ ଗ୍ରାମକୁ କୌଣସି ଗାଡି ମୋଟର ଯିବା ଆସିବା କରିବା ସମ୍ଭବ ପର ହେଉନାହିଁ । ଫଳରେ ଗୁରୁତ୍ୱର ରୋଗୀଙ୍କୁ ଖଟିଆ ରେ ବୋହି ନେବା ପାଇଁ ପଡୁଛି। ଅନ୍ୟ ବାଟ ଦେଇ ଯିବାକୁ ହେଲେ ମୁରାନ ନଦୀ ପଡୁଛି। ବର୍ତମାନ ବର୍ଷା ଦିନ ହେଇଥିବାରୁ ନଦୀରେ ପାଣି ଭରି ରହୁଥିବା ଯୋଗୁଁ ଯାତାୟାତ ପାଇଁ ସମ୍ଭବପର ହୋଇ ପାରୁନାହି। ଯାହା ଫଳରେ ଗ୍ରାମବାସୀ ଜଳବନ୍ଦୀ ଭାବେ ଜୀବନ ଯାପନ କରୁଥିବା କହିଛନ୍ତି। ତେଣୁ ମୁରାନ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।ବିନା ନଦୀ ପାର ହୋଇ ଯାତାୟାତ ପାଇଁ ଉଦ୍ଧିଷ୍ଟ ରାସ୍ତାକୁ ମରାମତି କରିବା ପାଇଁ ଦଶମନ୍ତପୁର ବିଡ଼ିଓ ଓ ବିଧାୟକ ଲକ୍ଷ୍ମୀପୁରଙ୍କୁ ୩ଖଣ୍ଡ ଗ୍ରାମବାସୀ ୨ ଥର ଅବଗତି କରାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନି। ଯାହା ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି। ଯଦି ଜିଲ୍ଲା ପ୍ରଶାସନ ତରଫରୁ ଏନେଇ ତୁରନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ଙ୍କ ତରଫରୁ ରାସ୍ତା ରୋକ କରାଯିବା ସହିତ ଜ଼ିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ଘେରାଉ କରାଯିବ ବୋଲି ଗ୍ରାମର ଟୁନା ଭତ୍ରା,ହରି ଗରଡା,ବାବୁଲି କୁମାର ଖରା,ତ୍ରିନାଥ ଗରଡା ଚେତାବନୀ ଦେଇଛନ୍ତି।
The post କେବେ ହେବ ସ୍ଥାୟୀ ପୋଲ ନିର୍ମାଣ ? ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବଗେଇପଦର ଗ୍ରାମବାସୀ first appeared on Sambad.from ଜିଲ୍ଲା | Sambad https://ift.tt/3C6Kfhd
0 Comments