ଦାନଗଦୀ : ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ରାଣୀପଡ଼ା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ସାମିଲ କରା ନଯାଇ ହିତାଧିକାରୀ ଚୟନରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସୋମବାର ପଞ୍ଚାୟତର ସମିତିସଭ୍ୟ ବିଜୟ କୁମାର ଦାସଙ୍କ ନେତୃତ୍ବରେ ବହୁ ଗରିବ ଲୋକ ଦାନଗଦୀ ବିଡିଓ ମଣିପ୍ରସାଦ ମିଶ୍ର ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲୋପାମୁଦ୍ରା ନାୟକଙ୍କୁ ଭେଟି ଅଭିଯୋଗ କରିଥିଲେ।

ମାସେ ତଳେ ଏହି ଯୋଜନାର ହିତାଧିକାରୀ ଚୟନ ପାଇଁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଘରଘର ବୁଲି ସର୍ଭେ କରାଯାଇଥିଲା। ଶାସକ ଦଳର ପ୍ରରୋଚନାରେ ଯୋଗ୍ୟ ଲୋକଙ୍କୁ ବାଦ ଦେଇ ସ୍ବଚ୍ଛଳ ଲୋକଙ୍କୁ ତାଲିକାରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି। ରାଣୀପଡ଼ା ପଞ୍ଚାୟତରେ ଆଉଥରେ ସର୍ଭେ କରି ଯୋଗ୍ୟ ହିତାଧିକାରୀ ଚୟନ କରିବାକୁ ଲୋକମାନେ ବିଡିଓଙ୍କ ନିକଟରେ ଦାବି କରିଥିଲେ। ତେବେ ପୁଣିଥରେ ଏହି ପଞ୍ଚାୟତରେ ସର୍ଭେ କରାଯିବା ସହ ଅନିୟମିତତା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ।

The post ରାଣୀପଡ଼ା ପଞ୍ଚାୟତରେ ଆବାସ ଅନିୟମିତତା! ବିଡିଓଙ୍କୁ ଭେଟିଲେ ଗ୍ରାମବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/3lLJJP2