ମାଲକାନଗିରି: ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ଵର୍ଗତଃ ସୁଧାକର ଦାସଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲା ସମେତ ସାରା ରାଜ୍ୟର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ପରିବାରକୁ ବିଭିନ୍ନ ମହଲରୁ ସମବେଦନା ଜ୍ଞାପନ କରାଯାଉଛି। ଆଜି ଜୟପୁର ଠାରେ ଆୟୋଜିତ ଓୟୁଜେର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦେବ ପ୍ରସାଦ ଦାସଙ୍କ ଜରିଆରେ ସ୍ଵର୍ଗତଃ ସୁଧାକର ଦାସଙ୍କ ପରିବାରକୁ ୨୦ ହଜାର ଟଙ୍କା ସହଯୋଗ କରିଛନ୍ତି।

ବିଧାୟକ ଶ୍ରୀ ବାହିନୀପତିଙ୍କ ଏହି ମହନତା ପାଇଁ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି। ମାଲକାନଗିରି ଜିଲ୍ଲା ସଂଘ ତରଫରୁ ଏହା ପୂର୍ବରୁ ପ୍ରାୟ ୪୦ ହଜାର ଟଙ୍କା ପ୍ରଦାନ କରାଯାଇସାରିଛି।ତେବେ ମାଲକାନଗିରି ଜିଲ୍ଲାର କୌଣସି ନେତା କିମ୍ବା ବିଧାୟକ ସ୍ବର୍ଗତ ସୁଧାକର ଦାସଙ୍କୁ ସହଯୋଗର ହାତ ବଢାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ହେବା ସହ ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ତେବେ ସେହିଭଳି ଜଣେ ସାମ୍ବାଦିକଙ୍କୁ ସହଯୋଗ କରାନଯିବା ଦୁଃଖଦାୟକ ବୋଲି କୁହାଯାଇଛି।

The post ସ୍ଵର୍ଗତଃ ସୁଧାକର ଦାସଙ୍କ ପରିବାରକୁ ୨୦ ହଜାର ଟଙ୍କା ଦେଲେ ତାରା ବାହିନୀପତି first appeared on Sambad.

from ଜିଲ୍ଲା | Sambad https://ift.tt/3lpJV6B