
ଜୟପୁର: ମା ଦୁର୍ଗାଙ୍କ ପୂଜା ଏବଂ ନବରାତ୍ର ସମୟରେ ପ୍ରତିବର୍ଷ ପରି ଏହି ବର୍ଷ ବି ସ୍ଥାନୀୟ ଗୁଜରାଟି କଲୋନୀ ଓ ପ୍ରେରଣା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପୃଥକ ପୃଥକ ଭାବେ ଦାଣ୍ଡିଆ ନାଇଟ୍ ଆୟୋଜିତ ହୋଇଥିଲା। ଗୁଜରାଟ କଲୋନୀ ପରିସରରେ ବସବାସ କରୁଥିବା ଗୁଜରାଟି ସଂପ୍ରଦାୟର ଲୋକେ ଏହି ନୃତ୍ୟ କରି ପରସ୍ପରକୁ ନବରାତ୍ରର ଶୁଭେଛା ଜ୍ଞାପନ କରିଥିଲେ। ସେଭଳି ପ୍ରେରଣା ଡ୍ୟାନ୍ସ ଏକାଡେମୀ ପକ୍ଷରୁ କୋଭିଡ କଟକଣା ନିୟମ ମଧ୍ୟରେ ସୀମିତ ସଂଖ୍ୟକ ସଦସ୍ୟମାନଙ୍କୁ ନେଇ ପର୍ଯ୍ୟାୟ କ୍ରମେ ନୃତ୍ୟ କରାଯାଇଥିଲା।
ଏଥିରେ ପ୍ରେରଣା ପରିବାରର କିଡ୍ସ ଗୃପ, ସିନିୟର କ୍ଲାସିକାଲ୍ , ଡ୍ରଇଁ ଏଣ୍ଡ ପ୍ୟାଣ୍ଟିଂ ଗୃପ, ଜୁମ୍ବୋ ଫିଟନେସ୍ ଆରିନା ଗୃପର ସମସ୍ତ ସଦସ୍ୟମାନେ ଭାଗ ନେଇଥିଲେ। ଆନନ୍ଦ ଉଲ୍ଲାସର ସହ ପରସ୍ପର ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରି ନୃତ୍ୟ କରିଥିଲେ।
ଏକାଡେମୀର ମୁଖ୍ୟ ସୁସ୍ମିତା ରଥ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ତାଙ୍କୁ ବରିଷ୍ଠ ଆଇନଜୀବୀ ଆରତୀ ମହାନ୍ତି, ନଳିନୀ ରଥ, ଜି.ଅରୁଣା, ବଦ୍ବାନ କଲେଜ ଉପାଧ୍ୟକ୍ଷା ଅନୀତା ପଟ୍ଟନାୟକ, ବିଜୟଲକ୍ଷ୍ମୀ ଦାସ, ତିଲୋତ୍ତମା ପାତ୍ର, ଲିଜ୍ଜା ଛୋଟରାୟ, ଶ୍ରଦ୍ଧା ବ୍ରହ୍ମା, ବାସନ୍ତି ଜେନା , ସଂଜନା ସାହୁ , ଗୀତା ସିଂଶେଟ୍ଟି, ରଂଜିତା ସିଂ, ରଶ୍ମି ପାଣିଗ୍ରାହି, ଅସିମା ସାହୁ, ବର୍ଷାରାଣି ସାହୁ ଆଦି ସହଯୋଗ କରିଥିଲେ।
The post କଟକଣାରେ ଦାଣ୍ଡିଆ ନାଇଟ୍ ଆୟୋଜିତ first appeared on Sambad.from ଜିଲ୍ଲା | Sambad https://ift.tt/3auy1mL
0 Comments