ରାୟଗଡ଼ା:ସଂଧ୍ୟା ସମୟରେ ମନ୍ଦିରରୁ ଘରକୁ ଫେରୁଥିବା ବାଟରେ ଅନ୍ଧାରର ସୁଯୋଗ ନେଇ ଜଣେ ମହିଳାଙ୍କ ବେକରୁ ପିନ୍ଧିଥିବା ମଙ୍ଗଳସୂତ୍ରକୁ ଦୃବୁର୍ତ୍ତ ଝାମ୍ପି ନେଇଛନ୍ତି। ସହରର ସାଇପ୍ରିୟା ନଗରରେ ଏଭଳି ଘଟଣା ଘଟିଛି। ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ମାନସ କୁମାର ସାହୁ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ପ୍ରକାରେ ସାଇପ୍ରିୟା ନଗର ସ୍ଥିତ ଏନଭିଆର ସ୍କୁଲ ନିକଟରେ ରହୁଥିବା ୫୭ ବର୍ଷୀୟ ମହିଳା ଏ. ରାମାବାଇ ସଂଧ୍ୟାରେ ମନ୍ଦିର ଯାଇ ଏକାକୀ ଘରକୁ ଫେରୁଥିଲେ। ଏହି ସମୟରେ ଜଣେ ଦୃବୁର୍ତ୍ତ ହଠାତ୍ ପଛପଟରୁ ଆସି ସୁନା ମଙ୍ଗଳସୂତ୍ର ଚେନକୁ ଝାମ୍ପି ନେଇଥିଲେ ।

ମହିଳା ଜଣଙ୍କ କିଛି ବୁଝିବା ଆଗରୁ ଦୃବୁର୍ତ୍ତ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ନେଇ ଏତଲାରେ ଦର୍ଶାଯାଇଛି । ଲୁଟର ଶିକାର ହୋଇଥିବା ମହିଳା ଏ. ରାମାବାଇ ଏ ନେଇ ପରିବାର ଲୋକଙ୍କୁ ଘଟଣା ସଂପର୍କରେ କହିବା ପରେ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।

The post ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/307Lteh