ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଲୁକାଗୁଡା ଗ୍ରାମର ଜଣେ ବିବାହିତ ଯୁବକ ପଡ଼ିଶା ରେ ରହିଥିବା ଜଣେ ୧୬ ବର୍ଷୀୟା ନାବାଳିକା କୁ ପ୍ରେମ ନିବେଦନ କରି ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ଏବେ ତାକୁ ପ୍ରତାରଣା କରିବା ଅଭିଯୋଗରେ ଝରିଗାଁ ପୋଲିସ ବିବାହିତ ଯୁବକ ଙ୍କୁ ପକସୋ ଆକ୍ଟରେ ଆଜି ଗିରଫ କରିଥିବାର ଜଣା ଯାଇଅଛି।

ସୂଚନାଯୋଗ୍ୟ ଯେ, ଲୁକାଗୁଡା ଗ୍ରାମରେ କାଳୁ ଚରଣ ମିଶ୍ର(୩୨) ଏକ ଦୋକାନ କରି ନିଜ ପରିବାର ସହିତ ରହୁଥିଲେ। ସେହି ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକା ଦୋକାନ ଆସିବା ସମୟରେ ତାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବିବାହ କରି ସ୍ତ୍ରୀ କରି ରଖିବାର ପ୍ରତିଶୃତି ଦେଇ ଅନେକ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । ଦୁଇ ବର୍ଷର ସମ୍ପର୍କ ପରେ ନାବାଳିକା କୁ ଏବେ ସେ ପ୍ରତାରଣା କରିଥିବା ନାବାଳିକା ବୁଝିପାରିଥିଲା।ଶେଷରେ ଆଜି ନାବାଳିକା ଜଣକ ସ୍ଥାନୀୟ ଯାଦବ ସମାଜର ଚତୁର ଗୌଡ଼ଙ୍କ ସହଯୋଗ ରେ ଝରିଗାଁ ଥାନା ଆସି  ଥାନାଧିକାରୀ ନଟବର ନନ୍ଦ ଙ୍କ ନିକଟରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି କେସ ନ ୧୫୨/୨୧ ଧାରା ୩୭୬,୨/ଏନ,୩୭୬/୩ ଏବଂ ପକସୋ ଆକ୍ଟ ରେ ଯୁବକ କାଳୁ ଚରଣ ମିଶ୍ର କୁ ଗିରଫ କରି ଉଭୟଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଚାଲୁ ରହିଥିବା ବେଳେ ଆସନ୍ତା କାଲି ଯୁବକ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଝରିଗାଁ ଥାନା ତରଫରୁ ସୂଚନା ମିଳିଛି।

The post ନାବାଳିକାକୁ ପ୍ରତାରଣା ଅଭିଯୋଗରେ ବିବାହିତ ଯୁବକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3oXUVeC