
କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅକ୍ଟୋବର ୮ରେ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବାପରେ ଏହି ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆବେଦନ କରିଛନ୍ତି। ବିଜେପି ବାଲୁଗାଁ ମଣ୍ଡଳ ସଭାପତି ଓ ତାଙ୍କ ସମର୍ଥକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ ଅଭିଯୋଗ ନେଇ ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ବିରୋଧରେ ବାଲୁଗାଁ ଥାନାରେ ଏତଲା ରୁଜୁ ହୋଇଥିଲା। ଏହାପରେ ଗିରଫଦାରୀ ଏଡ଼ାଇବା ପାଇଁ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ଅକ୍ଟୋବର ୫ରେ ଅଗ୍ରାହ୍ୟ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ ଜଗଦ୍ଦେବ ଖୋର୍ଦ୍ଧା ଅତିରିକ୍ତ ଦୌରାଜଜ୍ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ। ଅଦାଲତ ଜାମିନ ଆବେଦନ ଖାରଜ କରିବା ସହିତ ଶ୍ରୀ ଜଗଦ୍ଦେବଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।
The post ଜାମିନ ପାଇଁ ହାଇକୋର୍ଟରେ ପ୍ରଶାନ୍ତ ଜଗଦ୍ଦେବ first appeared on Sambad.from ଜିଲ୍ଲା | Sambad https://ift.tt/3n5hJXB
0 Comments