
କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ ଏନ୍ଏଚ୍ ୨୬ର ବୋରିଂପଦର ନିକଟରୁ ଏକ ବଲେରୋରୁ ୬୧ କେଜି ଗଂଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ମାନେସ କୁମାର ଓ ମନୁ କୁମାରକୁ ଅଟକ ରଖି ତଦନ୍ତ କରୁଛି।
ସୂଚନାନୁସାରେ ଏକ ବଲୋରୋରେ ବିହାରକୁ ଗଂଜେଇ ଚୋରାଚାଲାଣ ହେଉଥିବାର ଖବର ପାଇ କେସିଙ୍ଗା ପୁଲିସ ବୋରିଂପଦର ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବଲେରୋର ସିଲିଂରେ ୨୨ଟି ପ୍ୟାକେଟ୍ରେ ଗଂଜେଇ ମିଳିଥିଲା। ଯାହାର ଓଜନ ୬୧ କେଜି ହୋଇଥିଲା। ଗାଡ଼ିର ନମ୍ବର ଓଆର୍ ୦୫ ଏଇ ୧୩୦୬ ଲେଖା ହୋଇଥିବା ବେଳେ ଏହା ନକଲି ନମ୍ବର ହୋଇଥିବା ଜଣାପଡ଼ିଛି।
The post ୬୧ କେଜି ଗଞ୍ଜେଇ ଜବତ, ୨ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/3Bjczfj
0 Comments