ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ସ୍ମାର୍ଟରୋଡ୍‌ ଯୋଜନାରେ ବ୍ରହ୍ମପୁର ମହାନଗର ନିଗମର ୧୦ଟି ରାସ୍ତାକୁ ପ୍ରାଥମିକ ପର୍ଯ୍ୟାୟରେ ସାମିଲ କରାଯାଇଛି। ଅନ୍ୟାନ୍ୟ ରାସ୍ତା ଠାରୁ ଏହା ସ୍ବତନ୍ତ୍ର ରହିବ ବୋଲି ଜଣାଯାଇଛି। ରାସ୍ତା, ନାଳନର୍ଦ୍ଦମା ସାଂଗକୁ ଦୁର୍ଘଟଣା ରୋକିବାକୁ ଦୃଷ୍ଟିରେ ରଖି ସ୍ମାର୍ଟରୋଡ଼ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାଧାରଣ ରାସ୍ତାରେ ଯାନବାହନ ସହ ଲୋକେ ଯାତାୟାତ କରୁଥିଲେ। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିଲା। ଏହି ଯୋଜନାରେ ସହରର ଯେଉଁ ରାସ୍ତା ଗୁଡିକ ସ୍ମାର୍ଟରୋଡ଼ କରାଯିବା ନେଇ ପ୍ରସ୍ତାବ ରହିଛି ସେଗୁଡିକର ବିକାଶ ହେବା ସହ ରାସ୍ତାକଡ଼ରେ ଖୋଲା ନାଳନର୍ଦ୍ଦମା ଦେଖିବାକୁ ମିଳିବ ନାହିଁ।

Sambad English

ବେଙ୍ଗାଲୁରୁର ସ୍ମାର୍ଟରୋଡ଼ ଢାଞ୍ଚାରେ ବ୍ରହ୍ମପୁର ସହରରେ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ସହରର ୧୦ଟି ପୁରାତନ ରାସ୍ତାକୁ ସ୍ମାର୍ଟ ରୋଡ୍‌ରେ ରୂପାନ୍ତରୀତ କରିବାକୁ ଯୋଜନା କରି ବ୍ରହ୍ମପୁର ମହାନଗର ନିଗମ ଡିପିଆର୍‌ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ଯ୍ୟାରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଗତ କିଛି ଦିନ ପୂର୍ବେ ବ୍ରହ୍ମପୁର ମହାନଗର ନିଗମର ବରିଷ୍ଠ ଯନ୍ତ୍ରୀମାନେ ବେଙ୍ଗାଲୁରୁ ଗସ୍ତ କରି ସେଠାରେ ମହାତ୍ମାଗନ୍ଧୀ ସ୍ମାର୍ଟରୋଡ଼ କାର୍ଯ୍ୟ ପରିଦର୍ଶନ କରିଥିଲେ। ସହରର ୧୦ଟି ରାସ୍ତା ମଧ୍ୟରେ ଗାନ୍ଧୀନଗର ମୁଖ୍ୟ ରାସ୍ତାର ଉଭୟପାର୍ଶ୍ବ, ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖା ଠାରୁ ସୁବାରାଓ ଛକ ପର୍ଯ୍ୟନ୍ତ ଉତ୍କଳ ଆଶ୍ରମ ରାସ୍ତା, ପୁରୁଣା ବସ୍‌ଷ୍ଟାଣ୍ଡର ଚର୍ଚ୍ଚ ରାସ୍ତା, ଭେଙ୍କେଟେଶ୍ବର ମନ୍ଦିର ଠାରୁ ସାନବଜାର ଛକ ହୋଇ ଧାନମେରା ସାହି ଛକ, କମାପଲ୍ଲୀ ଛକ ଠାରୁ ଗୋଇଲୁଣ୍ଡି ଛକ, ଆଙ୍କୁଲି ଉଚ୍ଚବିଦ୍ୟାଳୟ ଠାରୁ ଜାତୀୟ ରାଜପଥ, ମେଣ୍ଟୁ ଛକ ଠାରୁ ଆଇନା ବନ୍ଧ ସାହି, ପଞ୍ଚୁଦେଉଳ ସାହି ଠାରୁ ରଙ୍ଗୁଣିବନ୍ଧ ସାହି ଏବଂ ଧାନମେରା ସାହି ଠାରୁ ଜଗନ୍ନାଥ ବିହାର ପର୍ଯ୍ୟନ୍ତ ରାସ୍ତା ରହିଛି। ଏହି ସମସ୍ତ ରାସ୍ତାର ମୋଟ ଦୂରତା ପ୍ରାୟ ୬ କିମି ହେବ। ଗୋଟିଏ କିଲୋମିଟର ସ୍ମାର୍ଟରୋଡ଼ ନିର୍ମାଣ ପାଇଁ ୫ରୁ ୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

The New Indian Express

ସ୍ମାର୍ଟରୋଡ଼ ପାର୍ଶ୍ବ ଖୋଲା ନାଳକୁ ଢାଙ୍କି ଦିଆଯିବ। ଯଦି ରାସ୍ତାର ଚଉଡ଼ା ଅଧିକ ରହିଥିବ, ତେବେ ଉଭୟ ପାର୍ଶ୍ବରେ ନର୍ଦ୍ଦମା ନିର୍ମାଣ ହେବ। ଗୋଟିଏ ପାର୍ଶ୍ବରେ ଏକ ମୋଟା ପାଇପ୍‌ ପଡ଼ିବ। ଏହା ଭିତରେ ଟେଲିଫୋନ, ଟିଭି ଏବଂ ଅନ୍ୟାନ୍ୟ କେବୁଲ ତାର ନିଆଯିବ। ଫଳରେ ରାସ୍ତାକୁ ବାରମ୍ବାର ଖୋଳିବାକୁ ପଡିବ ନାହିଁ। ସ୍ମାର୍ଟ ରୋଡ୍‌ରେ ଗାଡ଼ି ମୋଟର ଯିବା ସହିତ ଏହାର ପାର୍ଶ୍ବରେ ପଥଚାରୀ ଓ ସାଇକେଲ ଚାଳକଙ୍କ ପାଇଁ ଫୁଟ୍‌ପାଥ୍‌ର ବ୍ୟବସ୍ଥା କରାଯିବ। ରାସ୍ତାର ଓସାରକୁ ଦେଖି ଏହାକୁ ପିଚୁ, କଂକ୍ରିଟ କିମ୍ବା ପେଭର ବ୍ଲକ୍‌ ପକାଯିବ। ପେଭର ବ୍ଲକରେ ଯେଭଳି କୌଣସି ଗାଡ଼ି ଚଳାଚଳ ନକରେ ସେଥିପାଇଁ ପଦକ୍ଷେପ ନିଆଯିବ। ରାସ୍ତାର ବିଭିନ୍ନ ସ୍ଥାନରେ ଡଷ୍ଟବିନ୍‌ ରଖାଯିବ। ସ୍ମାର୍ଟ ରୋଡ୍‌ ଓ ଫୁଟ୍‌ପାଥରେ ଗଛ ଲଗାଯିବ। ବର୍ଷା ଜଳ ମାଟି ଭିତରକୁ ଯିବା ନେଇ ବ୍ୟବସ୍ଥା ରହିବ। ବର୍ଷା ପାଣି ସହଜରେ ନି‌ଷ୍କାସନ ହେବ। ଖୁବ୍‌ ଶୀଘ୍ର ଏହା ଚୂଡ଼ାନ୍ତ ରୂପ ନେବ ବୋଲି ମହାନଗର ନିଗମ ପକ୍ଷରୁ ଜଣାପଡ଼ିଛି।

The post ବେଙ୍ଗାଲୁରୁ ଢାଞ୍ଚାରେ ବ୍ରହ୍ମପୁରରେ ହେବ ସ୍ମାର୍ଟ ରୋଡ଼ first appeared on Sambad.

from ଜିଲ୍ଲା | Sambad https://ift.tt/2YNdAij