କଟକ: କଟକ ବଡ଼ ଡାକ୍ତରଖାନା ରଞ୍ଜନ ରଶ୍ମି ବିଭାଗ ସମ୍ମୁଖରେ ଥିବା ଓପିଡି ଅର୍ଥାତ ବର୍ହିବିଭାଗ ରୋଗୀଙ୍କ ପାଇଁ ଥିବା ନିରାମୟ କାଉଣ୍ଟରରେ ଖରାରେ ଲମ୍ବା ଲାଇନ୍‌ରେ ଔଷଧ ପାଇଁ ଛିଡା ହେଉଛନ୍ତି ରୋଗୀ ଓ ସଂପର୍କୀୟ। ଖରାରୁ ବର୍ତ୍ତିବା ପାଇଁ ସେଡ୍‌ ବି ନାହଁ। କେବଳ କାଉଣ୍ଟରରୁ ବାହାରି ଥିବା ଆଜବେଷ୍ଟସର ଛାଇ ଯେତିକି ଖରାରୁ ମୁକ୍ତି ଦେବ।

ବର୍ଷା ହେଲେ ବି ସେହି ସ୍ଥିତି। ଛତା ଧରି କାଉଣ୍ଟରରୁ ଔଷଧ ନେବାକୁ ଧାଡି ବାନ୍ଧୁଛନ୍ତି ରୋଗୀ ଓ ସଂପର୍କୀୟ। ଓପିଡି ରୋଗୀଙ୍କ ସଂଖ୍ୟା ପ୍ରତି ଦିନ ବଢୁଥିବାବେଳେ କାଉଣ୍ଟର ପାଇଁ ସେଡ୍‌ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି।

The post ଏସସିବିରେ ରୋଗୀ ଯନ୍ତ୍ରଣା, ଲମ୍ବା ଲାଇନ୍‌, ଖରା ପାଇଁ ସେଡ୍‌ ବି ନାହିଁ first appeared on Sambad.

from ଜିଲ୍ଲା | Sambad https://ift.tt/3adG4EB