ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା

ବାରିପଦା: ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା ଅବସରରେ ହୋଇଥିବା ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାର ମୟୂରଭଞ୍ଜ ଜିଲ୍ଲାର କୃତି ପ୍ରତିଯୋଗୀଙ୍କୁ ଆଜି ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯାଇଛି। ସ୍ଥାନୀୟ ଏମ୍କେସି ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସେଣ୍ଟ ଜାଭିୟର୍ ପବ୍ଲିକ୍ ସ୍କୁଲ୍, ମହୁରୀର ଛାତ୍ରୀ ବୈଷ୍ଣଭି ନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେଣ୍ଟ୍ ଆନିସ୍ କନ୍ଭେଣ୍ଟ ସ୍କୁଲ୍, ବାରିପଦାର ଛାତ୍ର ପୀୟୁଷ ଦତ୍ତ ଦ୍ବିତୀୟ ଏବଂ ନଡ଼ପୁର ହାଇସ୍କୁଲ୍, ବେତନଟୀର ଛାତ୍ର ସମ୍ବିତ ଗିରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ହସ୍ତାକ୍ଷର ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାସଗୋବିନ୍ଦପୁରର ଛାତ୍ର ତପନ କୁମାର ଦାସ ପ୍ରଥମ, ଚୁଳିଆପୋଷି ଉପ୍ରା ବିଦ୍ୟାଳୟ, ଉଦଳାର ଛାତ୍ର ସଞ୍ଜୀବ ସୋରେନ ଦ୍ବିତୀୟ ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାରିପଦାର ଛାତ୍ରୀ ଜାଗୃତି ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ମୁରାରୀଲାଲ ଶର୍ମା, ଏମ୍କେସି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ମହାନ୍ତ, ବରିଷ୍ଠ ସାମ୍ବାଦିକ ରଞ୍ଜନ କୁମାର ଦାଶ, ଏମକେସି ହାଇସ୍କୁଲ୍ର ଶିକ୍ଷକ ତଥା ଯୁବ କବି ଅମିତାଭ ମିଶ୍ର, ଗବେଷକ ସରୋଜ କୁମାର ନାୟକ, ଅଧ୍ୟାପକ ସମରେନ୍ଦ୍ର ବସା, କନକ ନ୍ୟୁଜ୍ ଜିଲ୍ଲା ପ୍ରତିନିଧି ଦୋଳ ଗୋବିନ୍ଦ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହିତ ପୁରସ୍କାର ଅର୍ଥରାଶି ପ୍ରଦାନ କରିଥିଲେ। ଏମ୍କେସି ହାଇସ୍କୁଲର ବରିଷ୍ଠ ଶିକ୍ଷକ ଅମୂଲ୍ୟ କୁମ୍ଭକାର ଧନ୍ୟବାଦ ପ୍ରଦାନ କରିଥିଲେ। ସମ୍ବାଦ ଜିଲ୍ଲା ପ୍ରତିନିଧି ରାଜ କିଶୋର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

The post ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା first appeared on Sambad.

from ଜିଲ୍ଲା | Sambad https://ift.tt/39XvLnM

Post a Comment

0 Comments